ଅଧିକ ପଢନ୍ତୁ ଓଡିଶା ଖବର
କେଉଁଝର : ଜଳୁଛି ହଦଗଡ଼। ହଦଗଡ଼ ହସ୍ତୀ ଅଭୟାରଣ୍ୟର ୯ ଟି ପଏଣ୍ଟରେ ଲାଗିଛି ନିଆଁ। ଅତ୍ୟଧିକ ଗରମ ସହିତ ନିଆଁ ର ପ୍ରଭାବ ଯୋଗୁ ଜଙ୍ଗଲ ଜନ୍ତୁ ଏବେ ବିପଦ ରେ। ନିଆଁ ଲିଭାଇବା ପାଇଁ ନିଯୁକ୍ତି ହୋଇଛନ୍ତି ବନ ବିଭାଗ ଓ ଅଗ୍ନିଶମ ବିଭାଗ ର ସ୍ପେଶାଲ ଟିମ। ତେବେ ନିଆଁ କୁ ଖୁବ ଶୀଘ୍ର ଆୟତ୍ତ କରାଯିବ ବୋଲି ବନ କର୍ମଚାରୀ କହୁଥିବା ବେଳେ ଅଭୟାରଣ୍ୟ ଭିତରେ ବାସ କରୁଥିବା ଲୋକେ ନିଆଁ ନଲଗାଇବାକୁ ଅନୁରୋଧ ରଖା ଯାଇଛି।
ଅଧିକ ପଢନ୍ତୁ ଓଡିଶା ଖବର
ଅର୍ଗସ ବ୍ୟୁରୋ : 14ରେ ବାରାଣସୀ ଆସନରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ଆସନ୍ତା 13 ତାରିଖରେ ବିଶାଳ ରୋଡ ଶୋ କରି ଶକ୍ତି ପ୍ରଦର୍ଶନ କରିବେ ମୋଦି । ବାରାଣସୀରେ ଲୋକସଭା ଆସନରେ ଜୁନ 1ରେ ନିର୍ବାଚନ ହେବାକୁ ଯାଉଥିବାବେଳେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ବାରାଣସୀରୁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି ।
ଅଧିକ ପଢନ୍ତୁ : ଆଜି ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନ ପ୍ରଚାର
2014ରେ ପ୍ରଥମ ଥର ପାଇଁ ମୋଦି ବାରାଣସୀ ଆସନରୁ ନିର୍ବାଚନ ଲଢ଼ିଥିଲେ ।
ଅର୍ଗସ ବ୍ୟୁରୋ : ପୋଲିସ ଅଧିକାରୀଙ୍କୁ ବିଜେଡ଼ି ମଞ୍ଚରେ ଭାଷଣ ଦେବା ପଡ଼ିଲା ମହଙ୍ଗା । ବିଜେପିର ଅଭିଯୋଗ ପରେ ଦୁଇ ପୋଲିସ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ । କଟକ - ଭୁବନେଶ୍ଵର ପୋଲିସ କମିଶନର, ପୋଲିସ ଡିଆଜିଙ୍କୁ ନିର୍ଦ୍ଦେଶ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ହୋଇଥିବା ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି କ୍ଷୋଭ ପ୍ରକାଶ କଲେ ନିର୍ବାଚନ କମିଶନ । ଇଦୁଲ ଫିତର ନାଁରେ ଚୌଦ୍ଵାର ଥାନା ଆଇଆଇସି ବିଶ୍ଵ ରଞ୍ଜନ ସାହୁ ଏବଂ ଏସଆଇ ସରସ୍ଵତୀ ସାହୁ ଗୋଟିଏ ମଞ୍ଚରେ ବିଜେଡ଼ି ନେତାଙ୍କ ସହ ବସି ଭାଷଣ ଦେଉଥିଲେ । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି ।