ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି ବି କଲବଲ କରିବ ତାତି । ରାଜ୍ୟରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ଲହରୀ। ଏପ୍ରିଲ ମାସରେ ରେକର୍ଡ ଭାଙ୍ଗିଛି ତାତି। ୩ ସହରର ତାପମାତ୍ରା ୪୪ ଡ଼ିଗ୍ରୀ ପାର ହୋଇଛି। ସେହିଭଳି ୧୪ ସହରରେ ତାପମାତ୍ରା ୪୩ ଡ଼ିଗ୍ରୀ ଛୁଇଁଛି। ଗତକାଲି ଅନୁଗୁଳରେ ଦିନ ତାପମାତ୍ରା ସର୍ବାଧିକ ୪୪.୭ ଡିଗ୍ରୀ ରେକର୍ଡ ହୋଇଛି। ଆଗାମୀ 4 ଦିନ ପାଇଁ ଏହି ହିଟୱେଭ ଜାରି ରହିବ। ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା, ସମ୍ବଲପୁର, ଝାରସୁଗୁଡା ବୌଦ୍ଧ, ସୋନପୁର ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସକାଳୁ ସକାଳୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଗତକାଲି ବିଳମ୍ବିତ ରାତିରେ ହୋଇଥିବା କାଳ ବୈଶାଖୀ ବର୍ଷା ସାଙ୍ଗକୁ ବଜ୍ରପାତରେ ୫ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଞ୍ଚାୟତ ଖାଦାଳସାହି ଗ୍ରାମରେ।
ସୂଚନା ଯୋଗ୍ୟ, ଖାଦାଳସାହି ଗ୍ରାମର ଗୋବିନ୍ଦ ମଲିକ ଓ ଗୁରୁଚରଣ ମଲିକଙ୍କ ପରିବାର ଗତକାଲି ରାତିରେ ଗୋରୁ ମାନଙ୍କୁ ଖାଇବାକୁ ଦେଇ ଗୁହାଳେ ବାନ୍ଧି ନିଜେ ଖାଇପିଇ ଶୋଇ ଯାଇଥିଲେ। ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ହାଠାତ କାଳବୈଶାଖୀ ସାଙ୍ଗକୁ ବଜ୍ରପାତ ହୋଇ ଗୋବିନ୍ଦ ମଲିକଙ୍କ ଗୋରୁ ବନ୍ଧାଯାଇଥିବା ଗୁହାଳେ ପଡିଥିଲା। ଗୋବିନ୍ଦ ଓ ଗୁରୁଚରଣଙ୍କ ପରିବାର ହାଠାତ ବଜ୍ରପାତ ଶବ୍ଦ ଶୁଣି ବାହାରକୁ ଆସି ଦେଖିଲା ବେଳକୁ ଗୁହାଳ ଘର ହୁତୁହୁତୁ ହୋଇ ଜଳୁଥିବାରୁ ଗୋରୁମାନଙ୍କୁ ବାହାର କରିବା ସମ୍ଭବ ହୋଇ ନ ଥିଲେ ମଧ୍ୟ ଗୋରୁମାନଙ୍କୁ ଉଦ୍ଧାର କରିବାକୁ ଯାଇ ଗୋବିନ୍ଦ ନିଜେ ନିଆଁରେ ପୋଡ଼ିହୋଇ ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି।
ଗୋଟିଏ ବାଛୁରୀ ବାହାରକୁ ବାହାରି ଯାଇଥିବା ବେଳେ ବନ୍ଧା ଯାଇଥିବା ୩ଟି ଜର୍ସିଗାଈ ଓ ୨ଟି ବାଛୁରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗୁରୁଚରଣ ମଲ୍ଲିକ ଭିନ୍ନକ୍ଷମ ଥାଇ ଏହି ଗୋରୁମାନଙ୍କୁ ପାଳନ କରି ନିଜ ପରିବାର ପ୍ରତିପୋଷଣ କରନ୍ତି। ତେବେ ଏଭଳି ଅଭାବନୀୟ ଘଟଣା ପାଇଁ ସ୍ଥାନୀୟ ସରପଞ୍ଚ, ନରେଶ ମଲ୍ଲିକ,ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ ଓ ବିଧାୟକ ଧ୍ରୂବ ସାହୁ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କୁ ଆଶ୍ୱାସନା ଦେବା ସହିତ ଜିଲ୍ଲା ପ୍ରଶାସନ ଓ ସରକାରୀସ୍ତରରୁ ସହାୟତା ଯୋଗାଇ ଦେବାକୁ ଦାବିକରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
କଳାହାଣ୍ଡି: ଦେଶର ସବୁଠାରୁ ବଡ ପର୍ବର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଏବଂ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ବୁଥ ଅଭିମୁଖେ ବାହାରିଛନ୍ତି ପୁଲିଂ ଅଧିକାରୀ ଏବଂ କର୍ମଚାରୀ ।
ଚଳିତ ନିର୍ବାଚନରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ପାଇଁ ୨୯୩ ଟି ବୁଥ ହୋଇଥିବା ବେଳେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ୨୫୦ ଟି ବୁଥ କରାଯାଇଛି । ନିର୍ବାଚନ ପ୍ରକ୍ରିୟା ଓ ମତଦାନ ପ୍ରକ୍ରିୟା ସୁରୁଖୁରୁରେ କରିବା ପାଇଁ ଏବଂ ମତଦାନ ପାଇଁ ଆସୁଥିବା ଭୋଟର ଯେମିତି ସୁବ୍ୟବସ୍ଥା ରେ ମତଦାନ କରିପାରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ନିର୍ବାଚନ ଅଧିକାରୀ ତଥା ଧର୍ମଗଡ ଉପଜିଲ୍ଲାପାଳ ଧିମନ୍ ଚକମା କହିଥିବା ବେଳେ ପୋଲିଂ ଅଧିକାରୀ ମାନେ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ରାୟଗଡା : ବିଜେଡିର ଟଙ୍କାବଣ୍ଟା ଭିଡିଓ ଭାଇରାଲ ପରେ ଆକ୍ସନମୁଡରେ ପ୍ରଶାସନ। ଘଟଣାର ତଦନ୍ତ ପାଇଁ ହାଡୁଗୁଡା ଗ୍ରାମରେ ଏକଟିମ୍ ପହଞ୍ଚି ଘୋଟଣାର ତଦନ୍ତ କରୁଛନ୍ତି । ଗତ ଦୁଇଦିନ ତଳେ ଡୁମେରନେଲୂ ପଞ୍ଚାୟତ ଅନ୍ତର୍ଗତ ହାଡୁଗୁଡା ଗ୍ରାମଠାରେ ଲୋକଙ୍କୁ ଜୋଡେଶଙ୍ଖରେ ଭୋଟଦେବା ପାଇଁ ବିଜୁକଲ୍ୟାଣ ଉପଦେଷ୍ଠା ତଥା ରାଜ୍ୟ ବିଜେଡିର ସାଧାରଣ ସମ୍ପାଦକ ସୁଧିର କୁମାର ଦାସ ନିଜ ପକେଟ୍ ରୁ ଟଙ୍କାକାଡି ଲୋକଙ୍କୁ ଟଙ୍କା ବାଣ୍ଟୁଥିଲେ ।
ଅଧିକ ପଢନ୍ତୁ : ପ୍ରଚାର ବେଳେ ହଟହଟା ହେଲେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ
ଯେଉଁ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ପ୍ରଶାସନ ଗାଁ କୁ ଯାଇ ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।