ଏହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଭଳି ୧୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପାହାଡ଼ି ଅଞ୍ଚଳରେ ଭୁସ୍ଖଳନ ହେବା ସହ ତଳି ଅଞ୍ଚଳରେ ପାଣି ଜମିବା ଓ ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ଉପୁଜିବା ଆଶଙ୍କା ରହିଛି।
ବର୍ଷାରେ ଉବୁଟୁବୁ ପୂରା ରାଜ୍ୟ

ଅର୍ଗସ ବ୍ୟୁରୋ: ଲଗାଣ ବର୍ଷାରେ ଉବୁଟୁବୁ ପୂରା ରାଜ୍ୟ। ଆହୁରି ୨୪ଘଣ୍ଟାରେ ପ୍ରବଳ ଛେଚିବ। ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ୨୪ଘଣ୍ଟାରେ ୯ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ କନ୍ଧମାଳ, କଳାହାଣ୍ଡି , ଖୋର୍ଦ୍ଧା , ପୁରୀ, କଟକ, ବୌଦ୍ଧ, ବରଗଡ ବଲାଙ୍ଗିର , ଗଞ୍ଜାମ ଜିଲ୍ଲାରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି।
Download Argus News App
