କାରଣ ଭୋଟ୍ ପୂର୍ବରୁ ଗାଁକୁ ଗାଁ ବୁଲି ପଣିକିଆ ଡାକିଡାକି ଭୋଟରଙ୍କୁ ବୁଝାଉଛନ୍ତି ଆଉ ସଚେତନ କରୁଛନ୍ତି । ହେଲେ ଏସନ ସେ ପାରମ୍ପରିକ ପୋଷାକରେ ନୁହେଁ ବରଂ ବଣ୍ଡା ପୋଷାକରେ । ସେଇଥି ଲାଗି ଉଭୟଙ୍କୁ ନେଇ ଚର୍ଚ୍ଚା ଜୋର । ମିଳିଥିବା ସୂଚନା ଅନୁସାରେ, ମାଲକାନଗିରିରେ ଦୁଇ ଭଉଣୀଙ୍କର ଏବେ ସୁଟିଂ ଚାଲିଛି । ଖୋଦ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଗୀତ ପ୍ରସ୍ତୁତ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି । ଦର୍ଶକବନ୍ଧୁ ମନେ ଥିବ ନିଶ୍ଚୟ, ପୂର୍ବରୁ ଅନେକ ବାର ଏହି ଦୁଇ ଭଉଣୀ ଅନେକ ସଚେତନତାର ଭିଡିଓ କରିଛନ୍ତି । ହେଲେ ଏବେର ବଣ୍ଡା ଘାଟିର ଭିଡିଓ ପୂରା ଡିଫରେଣ୍ଟ । ତେବେ ଆଗାମୀ ଦିନରେ ଏହି ଦୁଇ ଭଉଣୀ କେମିତି ବାର୍ତ୍ତା ଦେଉଛନ୍ତି ସମାଜକୁ ତାହା ଦେଖିବାକୁ ବାକି ରହିଲା ।
ଅଧିକ ଦେଖନ୍ତୁ :