ଗାଁର ବି. ମୁକୋଡୁ ଓ ସ୍ତ୍ରୀ ବି. ଆରାମାଙ୍କ ମଧ୍ୟରେ ବଚସା ହେବାରୁ ମହିଳା ଜଣଙ୍କ ବାପ ଘରେ ରହୁଥିଲେ । ବି. ଆରାମା ଆଜି ସକାଳୁ କାମ କରିବା ପାଇଁ ଯାଉଥିବାବେଳେ ଗାନ୍ଧୀ ଛକ ନିକଟରେ ସ୍ୱାମୀ ବି. ମୁକୋଡୁ ପତ୍ନୀଙ୍କ ଉପରକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ମହିଳାଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲ ପଠାଇଥିଲେ । ପରେ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି । ଖବର ପାଇ ପୁଲିସ ପହଂଚି ସ୍ୱୀମୀ ବି. ମୁକୋଡୁକୁ କାବୁ କରିବା ସହ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।
ସାମାନ୍ୟ କଳହରୁ ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ସ୍ୱାମୀ

ବ୍ରହ୍ମପୁର: ପାରିବାରିକ କଳହରୁ ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ସ୍ୱାମୀ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନନ୍ତର କରାଯାଇଛି । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ମେରାଇନ ଥାନା ସାନ ଆର୍ଯ୍ୟପଲ୍ଲୀ ଗାଁରେ ।
Download Argus News App
