୨୮ ବର୍ଷୀୟା ମନୀଷା ରୋପେଟା ପାକିସ୍ତାନର ସିନ୍ଧ ପ୍ରଦେଶର ପ୍ରଥମ ହିନ୍ଦୁ ମହିଳା ଡିଏସପି। ସେ ୨୦୨୧ରେ ପ୍ରଶାସନିକ ସେବା ପରୀକ୍ଷା ରେ ଉତୀର୍ତ୍ତ ହୋଇ ପୋଲିସରେ ଯୋଗ ଦେଇଥିଲେ। ଯୋଗ ଦେବା ପରେ ପରେ କିଛି ବର୍ଷ ଭିତରେ କେତେକ ହାଇ ପ୍ରୋଫାଇଲ୍ ମାମଲାର ଉତ୍ତମ ପରିଚାଳନା କରି ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି। ତେବେ ସବୁଠାରୁ ବଡ କଥା ହେଉଛି ଯେ, ପାକିସ୍ତାନର ପୋଲିସ୍ ସେବାରେ ବହୁତ କମ୍ ଶିକ୍ଷିତ ମହିଳା ଯୋଗ ଦେଇଥାନ୍ତି। ମୁଁ ଯେତେବେଳେ ପୋଲିସ୍ ବର୍ଦ୍ଦି ପିନ୍ଦେ ନିଜକୁ ଗର୍ବିତ ଅନୁଭବ କରେ। ମୋର କାମ ପାଇଁ ଅଧିକାରୀମାନେ ମୋତେ ସମ୍ମାନ ଦେଇଥାନ୍ତି ଯାହା ମୋତେ ପ୍ରେରଣା ଦେଇଥାଏ। ଏଠାରେ ମହିଳାମାନଙ୍କୁ ଦୁର୍ବଳ ବୋଲି ମନେ କରିଥାନ୍ତି। କିନ୍ତୁ ଏ ଭାବନା ମୋ କାର୍ଯ୍ୟରେ କିଛି ପ୍ରଭାବ ପକାଏନା। ଆଜି ବି ଯେତେବେଳେ ମୁଁ ପୋଲସି ବର୍ଦ୍ଦି ପିନ୍ଧେ ନିଜକୁ ବହୁ ଗର୍ବିତ ଅନୁଭବ କରେ। ସେ ଆହୁରି ମଧ୍ୟ କହିଛନ୍ତି ମୋ ଏ କଥାଶୁଣି ଆମ ସମୁଦାୟର ଝିଅମାନେ ପ୍ରେରିତ ହୋଇ ମୋ ରାସ୍ତାରେ ଚାଲନ୍ତୁ ବୋଲି ମନୀଷା କହିଛନ୍ତି।
ଅଧିକ ଦେଖନ୍ତୁ :