ଅର୍ଗସ ବ୍ୟୁରୋ: ସାରା ରାଜ୍ୟରେ ରାତିର ପାରଦ ହ୍ରାସ ପାଇବାରେ ଲାଗିଛି । ଗୋଟିଏ ଦିନରେ 2ରୁ 3 ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା କମିଥିବାରୁ ଅଧିକାଂଶ ସହରରେ ଥଣ୍ଡା ଅନୁଭୂତ ହେଉଛି । ଉପକୂଳରେ ରାତିର ତାପମାତ୍ରା ଟିକିଏ ଅଧିର ରହିଥିବା ବେଳେ ଆଭ୍ୟନ୍ତରୀଣ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ଅଧିକ କମିଛି । 15ଟି ସହରର ସର୍ବନିମ୍ନ ତାପମାତ୍ରା 15 ଡିଗ୍ରିରୁ ତଳକୁ ଖସି ଆସିଛି । କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା 7.8 ଡିଗ୍ରି ରେକର୍ଡ କରାଯାଇଛି । ଜିଲ୍ଲାରେ ନଭେମ୍ବର ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଶୀତର ପ୍ରକୋପ ସେତେଟା ପରିଲକ୍ଷିତ ହୋଇ ନଥିଲା । ତେବେ ମାର୍ଗଶୀର ମାସ ପହିଲାରୁ ପ୍ରବଳ ଶୀତ ଆରମ୍ଭ ହୋଇଛି । ତିନି ଦିନ ମଧ୍ୟରେ ତପମାତ୍ରା ଆହୁରି 2ରୁ 3 ଡିଗ୍ରି କମିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।