ଗତବର୍ଷ ଫେବୃଆରୀ ମାସରେ ଭିସୁଟ ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କର ବୁର୍ଲାରେ ହୋଇଥିଲା ସନ୍ଦେହଜନତ ମୃତ୍ୟୁ। ଘର ଲୋକ ଅଭିଯୋଗ କରିଥିଲେ ଚିନ୍ମୟୀଙ୍କୁ ହତ୍ୟା କରାଯାଇଛି । ବିବାଦ ଘେରକୁ ଆସିଥିଲେ ଚିନ୍ମୟୀଙ୍କ ବନ୍ଧୁ ପ୍ରିତିମାନ ଦେ। ପ୍ରିତିମାନଙ୍କ ବାପା ସେତେବେଳେ ଥିଲେ ଗୃହ ବିଭାଗରେ ? ସେତେବେଳେ ନବୀନ ସରକାର ଚାପିଦେଲେ। ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଚିନ୍ମୟୀଙ୍କ ମା' । ମୁଖ୍ୟମନ୍ତ୍ରୀ ବି ଦେଇଛନ୍ତି ନ୍ୟାୟର ପ୍ରତିଶ୍ରୁତି।
ରାଜ୍ୟର 50ରୁ ଅଧିକ ପିଡୀତ ପରିବାର ଏକାଠି ହୋଇ ଲଢୁଛନ୍ତି ନ୍ୟାୟର ଲଢେଇ । ପୂର୍ବ ନବୀନ ସରକାର ନ୍ୟାୟ ତ ଦେଲେନି ଓଲଟା ମିଛ କେସରେ ଫସାଇ ଜେଲ ପଠାଇଲେ। ନ୍ୟାୟ ଅପେକ୍ଷାରେ ପିହୁ, ପରୀ, ଉଲ୍ଲାସ, ଦିପ୍ତୀକାନ୍ତ ଓ ଅମୟତ ଦାସଙ୍କ ପରିବାର। ନ୍ୟାୟ ପାଇଁ ଲଡେଇ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଛନ୍ତି ତାଙ୍କ ଦୁଃଖ।
ବହୁଚର୍ଚ୍ଚିତ ସନସାଇନ୍ ସ୍କୁଲ ପ୍ରିନସପାଲ୍ ମମିତା ମେହେରଙ୍କ ହତ୍ୟା ଏବେ ବି ସନ୍ଦେହ ଘେରରେ। ଅଭିଯୁକ୍ତ ଗୋବିନ୍ଦସାହୁର ମୃତ୍ୟୁ ରହସ୍ୟରୁ ହଟୁନି ପର୍ଦ୍ଦା । ବିଜେଡି ବିଧାୟକ ଦିବ୍ୟ ଶଙ୍କର ମିଶ୍ର ସନ୍ଦେହ ଘେରରେ। ପୁଣି ସିବିଆଇ ତଦନ୍ତ ଦାବି ଜୋର ଧରିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର