ଓଡ଼ିଶାରେ ପ୍ରଥମ କୁକିଙ୍ଗ ରିୟାଲିଟି ସୋ' ସ୍ୱାଦ ଓଡ଼ିଶା ସିଜନ-୨ ଆରମ୍ଭ ହୋଇଯାଇଛି । ଏହାକୁ ହୋଷ୍ଟ କରୁଛନ୍ତି ସ୍ମୃତିଶ୍ରୀ ସିଂ । ଏହି ସିଜନରେ ଓଡ଼ିଶାର ଖାଣ୍ଟି ଓଡିଆ ବ୍ୟଞ୍ଜନ କିଣିବ ଦର୍ଶକଙ୍କ ମନ । ଭଳିକି ଭଳି ଆଞ୍ଚଳିକ ଏବଂ ପାରମ୍ପରିକ ଖାଦ୍ୟର ପସରା ଦେଖିବାକୁ ପାଇବେ ଦର୍ଶକ ।
ଓଡ଼ିଆଙ୍କ ପ୍ରିୟ ପଖାଳ ଭାତ, ଛେନା ପୋଡ, ମାଛ ବେସର, ପିଠା ଭଳି ଅନେକ ସୁସ୍ୱାଦୁ ବ୍ୟଞ୍ଜନ ତିଆରି ହେବା ସହିତ, ବ୍ୟଞ୍ଜନର ଟିକ୍ ନିକ୍ ଖବର ଆପଣ ପାଇପାରିବେ ଏହି ସୋ ମାଧ୍ୟମରେ । ପ୍ରତିଟି ଓଡ଼ିଆ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ଖାଦ୍ୟ ଓ ସ୍ୱାଦକୁ ଜାଣୁଛନ୍ତି । ଓଡ଼ିଶାର ସ୍ୱତନ୍ତ୍ର ଖାଦ୍ୟ ଓ ତାର ସ୍ୱାଦକୁ ନେଇ ଆରମ୍ଭ ହୋଇଛି ସ୍ୱାଦ ଓଡ଼ିଶା ସିଜନ-୨ । ତେବେ ଦେକିବାକୁ ଜମାରୁ ଭୁଲିବେନି । ଆମର ଏହି ନିଆରା ଓ ସୁନ୍ଦର ସୋ ।