ଯେମିତି କି ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଦାଲା ନଂ ୧୩ ଥିଲେ ପ୍ରତାପ ଜେନା । ଡବଲ ମର୍ଡର ପରେ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳ ଓରଫ କାବୁଆର ମୃତ୍ୟୁ ପଛରେ ବି ପ୍ରତାପଙ୍କ ହାତ ଥିବା ଅଭିଯୋଗ ଆସିଥିଲା । ପ୍ରତାପଙ୍କୁ ବହିଷ୍କ୍କାର ପାଇଁ ସାରା ରାଜ୍ୟରେ ଆନ୍ଦୋଳନ ହୋଇଥିଲା । ପରବର୍ତ୍ତୀ ସମୟରେ ତାଙ୍କ ମନ୍ତ୍ରୀ ପଦ ଯାଇଥିଲା । ଚର୍ଚ୍ଚା ହେଉଥିଲା ବିବାଦୀୟ ହେବା ପରେ ତାଙ୍କୁ ମାହାଙ୍ଗାରୁ ହଟାଇ ସାଲେପୁର କି ବାରବାଟୀରୁ ପ୍ରାର୍ଥୀ କରିପାରେ ବିଜେଡି । ହେଲେ ଦଳର ସୁପ୍ରିମୋ ପ୍ରତାପଙ୍କ ବିରୁଦ୍ଧରେ ଥିବା ପ୍ରବଳ ଜନ ଅସନ୍ତୋଷ ଏବଂ ନେଗେଟିଭ ରିପୋର୍ଟକୁ ଦେଖି ତାଙ୍କ ବଦଳରେ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ମାହାଙ୍ଗାରୁ ଦେଲେ ଟିକେଟ ।
ସେହିପରି ବାଲେଶ୍ଵରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଚିଟଫଣ୍ଡ କେସରେ ଛନ୍ଦି ହୋଇ ବିବାଦୀୟ ହୋଇଥିବାରୁ ତାଙ୍କୁ ଆଉ ଦଳ ବିଶ୍ବାସକୁ ନେଇନାହଁ । ଯେଉଁଥିପାଇଁ ଲୋକ ସଭା ପ୍ରାର୍ଥୀ ଚୟନରେ ବି ବାଲେଶ୍ବର ଅଙ୍କ ଚିଣ୍ଡୁନି ବୋଲି ଚର୍ଚ୍ଚା ହେଉଛି । ରବିନ୍ଦ୍ରଙ୍କ ବଦଳରେ ବସ୍ତାରୁ ସ୍ତ୍ରୀ ଶୁଭାସିନ ଜେନାଙ୍କୁ ପ୍ରାଥି କରିଛି ବିଜେଡି । ଏହା ବାଦ ବିବାଦୀୟ ନେତା ତିରୁପତି ପାଣିଗ୍ରାହୀଙ୍କୁ ବାଦ ଦେଇ ତାଙ୍କ ପୁଅ ରୂପେଶ ପାଣିଗ୍ରାହୀ ଙ୍କୁ ପାରଳାଖେମୁଣ୍ଡିରୁ ଟିକେଟ ଦେଇଛି ବିଜେଡି। ତିରୁପତି ଠକେଇ ମାମଲାରେ ବଦନାମ ହୋଇଥିଲେ । ଜେଲ ବି ଯାଇଥିଲେ । ଏଥର ତିରୁପତିଙ୍କୁ ଟିକେଟ ନ ଦେଇ ତାଙ୍କ ପୁଅଙ୍କୁ ଦେଇ ତିରୁପତିଙ୍କ ମୁଣ୍ଡରେ ଲାଗିଥିବା କଳଙ୍କକୁ ପୋଛିବାକୁ ଚେଷ୍ଟା କରିଛି ଦଳ ।
ଏତେ ସବୁ ପରେ ବି ଦଳ ବର୍ତ୍ତମାନ ସୁଦ୍ଧା ତିନୋଟି ପର୍ଯ୍ୟାୟରେ ମାତ୍ର ୧୦୮ ଜଣ ପ୍ରାଥିଙ୍କ ନାମ ଘୋଷଣା କରି ପାରିଛି । ଆହୁରି ୩୯ ଜଣ ଙ୍କ କ୍ୟାଣ୍ଡେଟ ବାଛିବା ବିଜେଡି ସୁପ୍ରିମୋଙ୍କ ପାଇଁ କାଠିକର ପାଠ ହୋଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...