ମଖାନା: ମଖାନା ସାଧାରଣତଃ ପଶ୍ଚିମବଙ୍ଗ, ବିହାର ଏବଂ ଆସାମରେ ଅଧିକ ପରିମାଣରେ ମିଳିଥାଏ। ଏହା ଶରୀରକୁ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍ ଓ ଶକ୍ତି ଭରପୂର ଯୋଗାଇଥାଏ। ଏହା ମଧ୍ୟ ଚର୍ବିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହାକୁ ସକାଳେ ଖାଇବା ଦ୍ଵାରା ସୁଗାରୁ ମୁକ୍ତି ପାଇପାରିବେ।
ଘିଅ: ସକାଳ ଜଳଖିଆରେ ଯଦି ଘିଅ ଖାଉଛନ୍ତି ଆପଣଙ୍କ ସ୍ବସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇଥାଏ। ଘିଅରୁ ମିଳୁଥିବା ଫ୍ୟାଟି ଏସିଡ୍ ଆପଣଙ୍କ ମସ୍ତିଷ୍କର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏହା ଛଡା ଘିଅ ଶରୀରକୁ ଭିଟାମିନ୍ ଯୋଗାଇଥାଏ।
ବାଦାମ: ବାଦାମରେ ଫାଇବର, ପ୍ରୋଟିନ୍ ଏବଂ ଫ୍ୟାଟି ଏସିଡ୍ ଭରପୂର ଅଛି। ଏହାକୁ ଖାଇଲେ ମସ୍ତିଷ୍କ ବିକାଶ କରିବାରେ ସାହାଯ୍ୟ କରିଥାଏ। ଏହା ଫାଇବରଯୁକ୍ତ ଶୁଖିଲା ଫଳ ଖାଇବା ଦ୍ବାରା ଆପଣଙ୍କ ପେଟ ବହୁତ ସମୟ ପଯ୍ୟନ୍ତ ପୂରିଲା ଭଳି ଲଥାଏ। ଏହା ଦ୍ଵାରା ଆପଣଙ୍କର ଅସ୍ଵାସ୍ଥ୍ୟକର ଖାଦ୍ୟ ପାଇଁ ମନହେବ ନାହିଁ। ଏହା ମଧ୍ୟ ଆପଣଙ୍କର ଓଜନକୁ ନିୟନ୍ତ୍ରଣ ରଖିଥାଏ।
ଅଁଳା: ସକାଳ ଜଳଖିଆରେ ଯଦି ଆପଣ ଅଁଳା ସାମିଲ କରିପାରିବେ। ଏହି ଫଳ ଆପଣଙ୍କ ଶରୀରର ପ୍ରାକୃତିକ ଶକ୍ତିକୁ ବୃଦ୍ଧି କରିଥାଏ। ଏହାକୁ ଖାଇବା ଦ୍ବାରା ଶରୀରର ରୋଗ ପ୍ରତିୈରୋଧକ ଶକ୍ତି ବଡେଇଥାଏ। ଏହା ସହ ଆପଣ ବହୁତ ସମୟ ପଯ୍ୟନ୍ତ ସୁସ୍ଥ ଓ ଶକ୍ତିଶାଳୀ ଅନୁଭବ କରିପାରିବେ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...