ଅର୍ଗସ ବ୍ୟୁରୋ : ଗତକାଲି ଅପହରଣ, ଆଜି ଉଦ୍ଧାର । ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରୁ ଅପହୃତ ଶିଶୁ କଟକରୁ ଉଦ୍ଧାର ପରେ କ୍ୟାମେରା ସାମ୍ନାରେ ଯେଉଁ ଘଟଣା ପୋଲିସ କହିଛି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ପାରିବାରିକ କଳହର କରୁଣ ପରିଣତି । ନିଜ ପୁଅକୁ ମା’ କୋଳରୁ ଛଡାଇନେବାକୁ ଉଦ୍ୟମ କରିଥିଲା ବାପା । ନିଜେ ଶିଶୁର ବାପା ହିଁ ଅପହରଣର ମାଷ୍ଟରମାଇଣ୍ଡ ଥିଲା ।
ଢେଙ୍କାନାଳ ମାର୍ଥାପୁରର ସୁବ୍ରତ ସେଠୀ ଅନ୍ଧାରୁଆର ଶାନ୍ତିଲତା ମହାରଣା ନାମକ ଜଣେ ମହିଳାଙ୍କ ସହ ୨ ବର୍ଷ ହେବ ସଂପର୍କରେ ଥଲେ । ପରେ ଶାନ୍ତିଲତାଙ୍କ ଏକ ଶିଶୁ ପୁତ୍ର ଜନ୍ମ ହୁଏ । ତେବେ ଦୁଇ ମାସ ପୂର୍ବରୁ ସୁବ୍ରତ ଓ ଶାନ୍ତିଲତାଙ୍କ ମଧ୍ୟରେ କୌଣସି କାରଣରୁ ମନମାଳିନ୍ୟ ହୋଇଥିଲା । ଆଉ ପରେ ପିଲା ଅପହରଣ ଘଟଣା ଘଟିଲା ବୋଲି କହିଛନ୍ତି ଡିସିପି ।
କାହିଁକି ଘଟିଲା ଏମିତି ଭୟଙ୍କର ଘଟଣା ?
ପ୍ରେମ, ପ୍ରତାରଣାରୁ କିଡନାପିଂ
ବଡଙ୍କ କଳିରେ ପୁଅ ପଡିଲା ବଳି
ବାପା-ମାଆଙ୍କ କଳିରେ ପୁଅ ପଡିଲା ଶିଶୁ । ଯାହାକୁ ଜନ୍ମ କରିଥିଲା ତାକୁ ହିଁ ଅପହରଣ କଲା । ମିଳିଥିବା ସୂଚନା ଅନୁସାରେ, ଶାନ୍ତିଲତା ୧୦ ବର୍ଷ ପୂର୍ବେ ବିଷ୍ଣୁ ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ପରେ ସଂପର୍କ ତୁଟାଇ ଦେଇଥିଲେ । ବିଷ୍ଣୁ, ଶାନ୍ତିଲତାଙ୍କ ସହ ରହିବାକୁ ଚେଷ୍ଟା କରିଥିଲେ । ସୁବ୍ରତ ସେଠୀଙ୍କ ସହ ଡିଲ ବି କରିଥିଲେ ।
ଦୁଇ ଜଣ ମିଶି ଜଣେ ନିଶନ୍ତାନ ବ୍ୟକ୍ତିଙ୍କୁ ଏହି ଛୁଆ ଦେବା ଲାଗି ଅପହରଣ ନାଟକ ରଚିଥିଲେ। ତେବେ ମଞ୍ଚେଶ୍ୱର ପୋଲିସ ଘଟଣାର ତନ୍ନ ତନ୍ନ ଯାଞ୍ଚ କରିବା ପରେ ଖିଅ କାଢିଥଲା । ଆଉ ସୁବ୍ରତ ସେଠୀ, ବିଷ୍ଣୁ ପୃଷ୍ଟିଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିଲା । ତେବେ ପୂରା ଘଟଣାର ପର୍ଦ୍ଦାଫାଶ ହେବା ପରେ ଅଭିଯୁକ୍ତ ବାପାକୁ ସବୁଆଡ଼େ ନିନ୍ଦା କରାଯାଇଛି । ଏପଟେ ପୂରା ଘଟଣାରେ ଶାନ୍ତିଲତାଙ୍କର କିନ୍ତୁ ପ୍ରତିକ୍ରିୟା ମିଳିପାରିନାହିଁ ।