ଘଟଣା ଅନୁଯାୟୀ, ଭଉଣୀ ସୁମିତ୍ରା ବିଶ୍ବାଳଙ୍କ ପାଖକୁ ସାବିତ୍ରୀ ପାଇଁ ମନିଅର୍ଡର ଯୋଗେ ରାଉରକେଲାରେ ରହୁଥିବା ପ୍ରମୋଦ ପ୍ରଧାନ 2018 ମସିହା ମେ 9 ତାରିଖ ସେକ୍ଟର 19 ପୋଷ୍ଟ ଅଫିସରୁ ମନିଅଡର ଯୋଗେ ପଠାଇ ଥିଲେ 500ଟଙ୍କା । ସୁମିତ୍ରା ରୁହନ୍ତି ସୁନ୍ଦରଗଡ ଜିଲ୍ଲା ବଣାଇ ସବଡିଭିଜନର ଟେନସାରେ। 500 ଟଙ୍କା ପହଞ୍ଚିବାକୁ ଲାଗି ଗଲା ସାଢେ ଚାରି ବର୍ଷ। ଚାରିଦିନ ତଳେ ଅର୍ଥାତ ଗତ 26 ତାରିଖ ରେ ହଠାତ ଭଉଣୀ ସୁମିତ୍ରା ରହୁଥିବା ଟେନସା ନିକଟରେ ପହଞ୍ଚିଲା ମନିଅଡର। ହଠାତ ବିଶ୍ବାସ କରି ପାରିଲେ ନାହିଁ ସୁମିତ୍ରା ବିଶ୍ବାଳ। କାହିଁକି ଲାଗିଲା 100 କିମି ରାସ୍ତାକୁ ସାଢେ ଚାରି ବର୍ଷ। ଯଦି କୌଣସି ନିଯୁକ୍ତି ପତ୍ର କାହା ପାଖରେ ପହଞ୍ଚିବା ପାଇଁ ଲାଗିଥାନ୍ତା ଏତେ ବର୍ଷ ତାହା ହେଲେ ତାଙ୍କ ଭବିଷ୍ୟତ ଅନ୍ଧାର ହୋଇ ନ ଥାନ୍ତା କି ? ଭାରତୀୟ ପୋଷ୍ଟାଲ ପ୍ରତି ଉଠିଛି ଏମିତି ଅନେକ ପ୍ରଶ୍ନ । କିଏ ଓ କାହିଁକି କଲା ବିଳମ୍ବ। ଅଧିକାରୀ ନା କର୍ମଚାରୀ ଅର୍ଥ କରିଥିଲେ କି ଆତ୍ମସାତ? ଧରା ପଡିଯିବା ଭୟରେ ଅର୍ଥ ଦିଆଯାଇ ନାହିଁ ତ ? ଏହି ଘଟଣା ଗୋଟିଏ ନା ଏଭଳି ରହିଛି ଅନେକ ଘଟଣା ।ଯେଉଁ ବିଭାଗ ଉପରେ ସାଧାରଣ ଲୋକେ ବିଶ୍ୱାସ କରୁଛନ୍ତି ସେ ବିଭାଗ ଉପରେ ଲାଗିଛି ଅବିଶ୍ବାସର ଧବା। ଏହି ଘଟଣା ପରେ ଡାକ ବିଭାଗ ସଚେତନ ହେବା ରହିଛି ଆବଶ୍ୟକ।
100 କି.ମି ରାସ୍ତାର ମନିଅର୍ଡର ପହଞ୍ଚିବାକୁ ଲାଗିଗଲା ଦୀର୍ଘ ବର୍ଷ

ଅର୍ଗସ ବ୍ୟୁରୋ: 100 କିମି ରାସ୍ତାର ମନିଅର୍ଡର ପହଞ୍ଚିବା ପାଇଁ ଭାରତୀୟ ପୋଷ୍ଟାଲ ବିଭାଗକୁ ଲାଗି ଗଲା ସାଢେ ଚାରି ବର୍ଷ। ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଏଥିରେ ଭାରତୀୟ ପୋଷ୍ଟାଲ ବିଭାଗକୁ ନିନ୍ଦିତ ହେବାକୁ ପଡ଼ିଛି। ଆପଣ ବି ଶୁଣିଲେ ଭାରତୀୟ ଡାକ ବିଭାଗ ଉପରୁ ଆସ୍ଥା ତୁଟେଇଦେବେ। ଜଣେ ଭାଇ ତାଙ୍କ ଭଉଣୀକୁ ସାବିତ୍ରୀ ଭାର ପାଇଁ ୪ବର୍ଷ ପୂର୍ବରୁ ପଇସା ପଠାଇଥିଲେ। ତାହା ପହଞ୍ଚୁଛି ଏବେ।
Download Argus News App
