ଚଢ଼ଉ ନେଇ ଲୁଗା ଦୋକାନୀ ସୁନୀଲ୍ ଅଗ୍ରୱାଲ୍ଙ୍କ କହିଛନ୍ତି, ଜିଏସ୍ଟି ଠକେଇ କରିଛି ବୋଲି କହି ଚଢ଼ଉ କରିଛନ୍ତି। ପ୍ରଥମ ଥର ପାଇଁ ଏହି ଚଢ଼ଉ ହୋଇଛି। ଏବେ ମୁଁ ପଦ୍ମପୁର ବିଜେପି ନଗର ସଭାପତି ଅଛି। ଆକ୍ରୋଶମୂଳକ ଭାବେ ଏହି ଚଢ଼ଉ କରାଯାଉଛି ବୋଲି ସୁନୀଲ କହିଛନ୍ତି। ସେପଟେ ବିଜେପି ନେତାମାନେ ସୁନୀଲଙ୍କ ଲୁଗା ଦୋକାନରେ ପହଞ୍ଚି କିଣାକିଣି କରୁଥିବା ବେଳେ ଦୋକାନ ଖୋଲା ରଖି କେମିତି ରେଡ୍ ଚାଲିଛି ଓ ଗଣମାଧ୍ୟମର ରାସ୍ତା କାହିଁକି ବନ୍ଦ କରାଯାଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି
ଆଜି ସକାଳେ ବିଜେଡି କର୍ମୀଙ୍କ ଘରେ ହୋଇଥିଲା ଆଇଟି ବିଭାଗର ରେଡ୍

ବରଗଡ: ପଦମପୁରରେ ଦେଖିବାକୁ ମିଳିଛି କାଉଣ୍ଟର । ସକାଳେ ଆଇଟି ରେଡକୁ ପ୍ରତିଶୋଧମୂଳକ ରାଜନୀତିର ଦ୍ବାହି ଦେଉଥିଲା ବିଜେଡି । ହେଲେ ସଂଧ୍ୟାରେ ଆରମ୍ଭ ହୋଇଛି ଜିଏସଟି ରେଡ୍ । ବିଜେପିର ନଗର ସଭାପତି ସୁନୀଲ ଅଗ୍ରୱାଲ ଏକ ଲୁଗା ଦୋକାନ ଓ ପେଟ୍ରୋଲ ପମ୍ପରେ ଜିଏସଟି ରେଡ୍ ହେଉଛି । ଏହାଛଡ଼ା ପାଇକମାଲ ଓ ଝାରବନ୍ଧରେ ଥିବା କେତେକ ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ ଚଢ଼ଉ ହେଉଛି। ତେବେ କ’ଣ ପାଇଁ ରେଡ୍ କରାଯାଉଛି, ତାହା ସେମାନେ କିଛି କହୁନାହାନ୍ତି। ଏଥିପାଇଁ ଦୋକାନ ଆଗରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
Download Argus News App
