କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଏ ଦୁଇ ଭାଇ ସୁଦୂର ତାମିଲନାଡୁରୁ ଚାଲି ଚାଲି ଆସିଛନ୍ତି ଶ୍ରୀକ୍ଷେତ୍ର। ଆଶା ଚର୍ମଚକ୍ଷୁରୁ ଦାରୁ ଦିଅଁଙ୍କୁ ଟିକେ ଦେଖିବେ। ପ୍ରଭୁ ଏ ଦେହକୁ ଗୋଡି ଯୋଡିକ ସଲାମତ୍ ରଖି ନାହାନ୍ତି ସତ, ସେ ଛାତିରେ ସାଇତିଛନ୍ତି ପ୍ରଭୁ ପ୍ରେମର ସମୁଦ୍ର।
ଚେନ୍ନାଇରୁ ଆସିଥିବା ଏ ଦୁଇ ଭାଇ ଶ୍ରୀ ସମ୍ପ୍ରଦାୟର ଭକ୍ତ। ଅର୍ଥାତ୍ ବୈଷ୍ଣବ ଦୀକ୍ଷା ଗ୍ରହଣ କରିଛନ୍ତି। ଆଉ ଧାଇଁ ଆସିଛନ୍ତି ପରମବିଷ୍ଣୁ ଦାରୁବ୍ରହ୍ମ ଶ୍ରୀ ଜଗନ୍ନାଥଙ୍କ ସାନିଧ୍ୟ ପାଇଁ। ବଡ଼ ଭାଇ କାନ୍ଧରେ ଧରିଛି ଦିବ୍ୟାଙ୍ଗ ସାନ ଭାଇକୁ। ସିଂହଦୁଆରେ ଦେଇ ଦୁହେଁ ବାଶଚି ପାହାଚ ଚଢିବାର ଏ ଦୃଶ୍ୟ ଏବେ ଭାଇରାଲ ହେଉଛି। ଭାଇରାଲ ହେଉଛି କାଳିଆ ପ୍ରତି ଭଲପାଇବାର ଏହି ଭିଡିଓ। ଯାହା ଅଳ୍ପରେ କହିବାକୁ ଯଥେଷ୍ଟ, ହେ ପ୍ରଭୁ ତୁମେ ଦିବ୍ୟ ହେଲେ ମୁଁ ଦିବ୍ୟାଙ୍ଗ। ତୁମେ ଅନଙ୍ଗ ମୋହନ ହେଲେ, ମୁଁ ଅଙ୍ଗ ବିହିନ ତୁଚ୍ଛ ମଣିଷ। ତଥାପି ପରବାଏ ନାହିଁ। ତୁମେ ଅଛ, ମାନେ ମୁଁ ଅଛି। ସତରେ କାଳିଆ ଯେମିତି, ତା ଭକ୍ତମାନେ ବି ସେମିତି।