ତେବେ ଉପକୂଳ ଓଡ଼ିଶାର ଅନ୍ୟତମ ରାଜନୈତିକ ପଶାପାଲି ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନ ମଣ୍ଡଳୀ । ୨୦୦୯ରୁ ଏ ନିର୍ବାଚନମଣ୍ଡଳୀରେ ଲାଗିଛି ବିଜେଡି ଟ୍ୟାଗ୍ । ସେପଟେ ଆଜି ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି ଅସନ୍ତୁଷ୍ଠ ବେଜେଡ଼ି ନେତା ଓ କର୍ମୀ । କହିଛନ୍ତି, ଆମ ବିଧାୟକ ଆମକୁ ଡଷ୍ଟବିନରେ ପକାଇ ଦେଇଛନ୍ତି । ଅଯୋଗ୍ୟଙ୍କୁ ହଟାଅ ଯୋଗ୍ୟ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଉ ବୋଲି ମଧ୍ୟ କହିଛନ୍ତି ।
ସେପଟେ ୨୪ ନିର୍ବାଚନରେ ସମ୍ବିତଙ୍କ ସମତଳ ରାସ୍ତାରେ କଣ୍ଟା ସାଜିଛନ୍ତି ପାରଦୀପ ପୌରପାଳିକା ଅଧ୍ୟକ୍ଷ ତଥା ପାରାଦୀପ ବିଜେଡି ସଭାପତି ବସନ୍ତ ବିଶ୍ୱାଳ । ସେ ଏବେ ପାରାଦୀପ ପାଇଁ ଶଙ୍ଖ ଦଳରୁ ପ୍ରମୁଖ ଦାବିଦାର ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏପରିକି ଗତ ପୌର ନିର୍ବାଚନରେ ସେ ତାଙ୍କ ଦବଦବା ଜାହିର କରି ପୌରାଧ୍ୟକ୍ଷ ଆସନ ହାତେଇବାରେ ସଫଳ ହୋଇଛନ୍ତି । ଉଭୟ ସାଂଗଠନିକ ଦକ୍ଷତା ଓ ପତିଆରା ଦୃଷ୍ଟିରୁ ସେ ସମ୍ବିତଙ୍କ ବାଟ ଓଗାଳିବା ଚର୍ଚ୍ଚା ଖୁବ୍ ଜୋର ।