ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହା ସହିତ ବିଡ଼ିଓ ମାଡ଼ ମାରିବା ଘଟଣା ପରେ ପାରାଦୀପ ବିଧାୟକ ଉପସ୍ଥିତ ରହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିବା ନେଇ ଅଭିଯୋଗ ଆଣିଛି ବିଜେପି । ଯାହାକୁ ନେଇ ଆଜି ପାରାଦୀପ ନିର୍ବାଚନ ମଣ୍ଡଳୀର ବିଜେପି ଯୁବନେତା ସମ୍ପଦ ସ୍ୱାଇଁଙ୍କ ନେତୃତ୍ୱରେ ବିଜେପି ତରଫରୁ ଶତାଧିକ ପୁରୁଷ, ମହିଳା ଓ ଯୁବମୋର୍ଚ୍ଚା ସାମିଲ ହୋଇ ବିକ୍ଷୋଭ, ପ୍ରତିବାଦ ଓ ଶୋଭାଯାତ୍ରା କରି ଯଥାଶୀଘ୍ର କୁଜଙ୍ଗ ବିଡ଼ିଓଙ୍କ ଇସ୍ତଫା ଦାବି କରିବା ସହିତ ଘଟଣାର ତଦନ୍ତ କରି ବିଡ଼ିଓଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।
ଯଥାଶୀଘ୍ର ବିଡ଼ିଓଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଓ ଇସ୍ତଫା ଦାବି କାର୍ଯ୍ୟକାରୀ କରାନଯାଏ ତେବେ ଆଗାମୀ ଦିନରେ ବିଜେପି ତରଫରୁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଛି । ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି କୁଜଙ୍ଗ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ । ଘଟଣା ଦିନ ଅପରାହ୍ନରେ ଏକ ସ୍କୁଟିରେ ଯାଉଥିବା ସମୟରେ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ବିଡ଼ିଓଙ୍କୁ ଗାଳି କରିଥିଲେ । ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହେବା ସହିତ ଉକ୍ତ ଯୁବକଙ୍କୁ ଦୁଇ ଚାପୁଡ଼ା ମାରିଥିବା ନେଇ କହିଛନ୍ତି ବିଡ଼ିଓ । ଯାହା ଠିକ ନୁହେଁ କହିବା ସହିତ ଜଣେ ଯୁବକ ବିଚ ବଜାରରେ ନିଶାସକ୍ତ ହୋଇ ଗାଳି କରିବା ଘଟଣାକୁ ମଧ୍ୟ ନିନ୍ଦା କରିଛନ୍ତି ।