ଅଧିକ ପଢନ୍ତୁ: କାହିଁକି ନବ ଦାସଙ୍କୁ ଗୁଳି ମାରି ହତ୍ୟା କଲା ଗୋପାଳ ?
ଆମ ବର୍ଣ୍ଣନା ସମୟରେ ଆପଣ ଯେଉଁ ଭିଜୁଆଲ ଦେଖୁଥିଲେ, ତାହା ସଦ୍ୟତମ ଉତ୍ତୋଳିତ ହୋଇଛି। କିନ୍ତୁ ବର୍ତ୍ତମାନ ଆପଣଙ୍କ ସମ୍ମୁଖରେ ଯେଉଁ ଭିଜୁଆଲ ରହିଛି ତାହା ଆଜି ଅତୀତ। ବିସ୍ମୃତି ଗର୍ଭରେ ବିଲୀନ ହୋଇଥିବା ଜଙ୍ଘା ବଡ଼ଦେଓଙ୍କ ଭକ୍ତ ନବ ଦାସଙ୍କର। ସେ ପ୍ରତିବର୍ଷ ଏହି ବସନ୍ତ ଋତୁରେ ଆୟୋଜିତ ଜଙ୍ଘା ବଡ଼ଦେଓ ପର୍ବରେ ଯୋଗ ଦିଅନ୍ତି । ଠାକୁରଙ୍କୁ ଦଣ୍ଡବତ ହୁଅନ୍ତି। କାନ୍ଧେଇ କାନ୍ଧେଇ ନାଚନ୍ତି।
କିନ୍ତୁ ଏ ବର୍ଷ ନବ ନାହାନ୍ତି। ଜଙ୍ଗା ବଡ଼ଦେଓଙ୍କ ପୂଜା ପାଳିତ ହେଉଛି। ଶାମ୍ବ ଦଶମୀଠାରୁ ଆରମ୍ଭ ହେଉଥିବା ଗୋଣ୍ଡ ସମ୍ପ୍ରଦାୟର ଏହି ମହାନ ପରମ୍ପରା ଆଜି ବି ବଞ୍ଚିଛି। ନାହାନ୍ତି ତ କେବଳ ନବ ଦାସ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ପୁରୁଣାପାଣୀ ଗ୍ରାମରେ ଜଙ୍ଗା ବଡ଼ଦେଓଙ୍କ ଏହି ପୂଜା ଆଜି ତାଙ୍କ ବିନା ଅଧୁରା ଲାଗୁଛି।