ଅଧିକ ପଢନ୍ତୁ : ଘୋଷଣା ହେଲା ଝାରସୁଗୁଡା ଉପନିର୍ବାଚନ ତାରିଖ
ଝାରସୁଗୁଡାରେ ମୋଟ୍ ଭୋଟର ସଂଖ୍ୟା ୨,୨୧,୦୬୭ । ୨୦୧୯ରେ ବିଜେପିର ଦିନେଶ କୁମାର ଜୌନଙ୍କୁ ହରାଇ ବିଜୟୀ ହୋଇଥିଲେ ନବ ଦାସ । ସେପଟେ ଭୋଟ ପାଇଁ ବିଜେପି ଓ ବିଜେଡି ପ୍ରସ୍ତୁତ କରୁଛନ୍ତି ରଣନିତୀ । ନବ ଦାସଙ୍କ ଝିଅ ଦୀପାଲି ମୈଦାନକୁ ଓହ୍ଲାଇବା ଏକ ପ୍ରକାର ସ୍ପଷ୍ଟ । ସେହିଭଳି ବିଜେପି ଯୁବ ନେତା ତଥା ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀକୁ ପ୍ରାର୍ଥୀ କରିବ । ବିଜେପି ଅନୁକଂପାକୁ ଅସ୍ତ୍ର କରୁଥିବା ବେଳେ ବିଜେପି ଜନ ଆକ୍ରୋଶକୁ କରିଛଇ ପ୍ରସଙ୍ଗ । ଟଙ୍କଧର ଗାଁ ଗାଁ ବୁଲି ପହଞ୍ଚୁଛନ୍ତି ଲୋକଙ୍କ ପାଖରେ । ସେପଟେ କଂଗ୍ରେସର ଚାଲିଛି ପ୍ରାର୍ଥୀ ଖୋଜା ।
ସେପଟେ ବିଧାନସଭାରେ ନବ ଦାସ ହତ୍ୟା ମାମଲା ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀଦଳ ନେତା । ତାଙ୍କୁ ସମର୍ଥନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କାହିଁକି ନବ ଦାସଙ୍କୁ ହତ୍ୟା କଲା ଗୋପାଳ, କଣ ଲୁଚାଇବାକୁ ଚେଷ୍ଟା କରୁଛି କ୍ରାଇମବ୍ରାଞ୍ଚ, କାହିଁକି ଗୋପାଳକୁ ପାଗଳ ବନାଇବା ପାଇଁ ହେଉଛି ଷଡଯନ୍ତ୍ର ।