ଏ ତ ଦେଖିଲେ ବିଧାୟିକା ଲତିକା ପ୍ରଧାନଙ୍କ କାରନାମା । ଝାରସୁଗୁଡା ବିଧାୟିକା ଦୀପାଲି ଦାସଙ୍କ ଅହଙ୍କାର କଥା । କିରିମିରା ବ୍ଲକ , ଝାରମୁଣ୍ଡା ପଞ୍ଚାୟତ ମାଳିବେଉଁରା ଅଞ୍ଚଳରେ ନିର୍ବାଚନ ପ୍ରଚାରକୁ ଯାଇଥିବାବେଳେ ଲୋକଙ୍କୁ ଧମକାଉଛନ୍ତି ବିଧାୟିକା ଦୀପାଲି ଦାସ । ଆଉ ଦେଖାଉଛନ୍ତି ନାଲିଆଖି ।
ଏଠି ବିଜେଡିର ବିଧାୟିକା ପ୍ରାର୍ଥୀ ତଥା ଝାରସୁଗୁଡା ବିଧାୟିକା ଦୀପାଲି ଦାସଙ୍କୁ ଘେରିଛନ୍ତି ଲୋକେ । କେବଳ ଲୋକେ ଘେରିନାହାନ୍ତି ବରଂ ପ୍ରଶ୍ନବାଣରେ ଘାଇଲା କରିଦେଉଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ କାହିଁକି ସେମାନେ ମୌଳିକ ସେବାପାଇବାରୁ ବଞ୍ଚିତ ହୋଇଛନ୍ତି । ସେପଟେ ଦୀପାଲିଙ୍କ ଏପରି ବ୍ୟବହାରକୁ ନେଇ ବିରୋଧୀ ସମାଲୋଚନା କରିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି ଏହାର ଜବାବ ଆଗାମୀ ଦିନରେ ଦିଆଯିବ ।
ବେଙ୍ଗଲର ବାମପନ୍ଥୀ ସରକାର ଦୀର୍ଘଦିନ ଧରି କ୍ଷମତାରେ ରହିବା ପରେ ସାଧାରଣ ଲୋକମାନଙ୍କ ପ୍ରତି ଯେପରି ଆଭିମୁଖ୍ୟ ପୋଷଣ କରୁଥିଲେ ଠିକ୍ ସେହିପରି ଆଭିମୁଖ୍ୟ ନେଇ ବିଜେଡି ଚାଲୁଥିବାର କଥା ଏବେ ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।