ତେବେ ବିଜୟନଗର ପଂଚାୟତର ଶାସକ ଦଳର କିଛି ବ୍ୟକ୍ତିଙ୍କ ପ୍ରରୋଚନାରେ ତହସିଲଦାର ଏହି ପରିବାରଙ୍କୁ ଉଛେଦ ପାଇଁ ଗତ 30 ତାରିଖରେ ନୋଟିସ ଦେଇଥିଲେ । ତେବେ ଗତ 3ତାରିଖ ଶନିବାର 6 ଜଣ ଭୂମି ହୀନଙ୍କ ବାସଗୃହ ଭାଙ୍ଗି ଦେଇଛନ୍ତି । ଯାହା ପାଇଁ ନିରାଶ ହୋଇ ନ୍ୟାୟ ପାଇଁ ମାଳତୀ ଓ ମିନତୀ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ହୋହାଲ୍ଲା କରି 48ଘଣ୍ଟା ଭିତରେ ନ୍ୟାୟ ନମିଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ମିନତୀ ।
ଜିଲ୍ଲାପାଳଙ୍କୁ ଚେତାବନୀ ଦେଲେ ପରିବାର ଲୋକେ

ଅର୍ଗସ ବ୍ୟୁରୋ : ଆଇନ ସମସ୍ତଙ୍କ ପାଇଁ ସମାନ । ଧନୀ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ ନଥିବା ବେଳେ ମହାକାଳପଡ଼ା ତହସିଲଦାରଙ୍କ ଦବଙ୍ଗଗିରି ଓ ଲାଞ୍ଚ କାରବାରକୁ ନେଇ ଅଭିଯୋଗ ଆଣିଲେ ମହାକାଳପଡ଼ା ବିଜୟନଗର ଗ୍ରାମର ବିପନ୍ନ ମହିଳା ମିନତୀ ଦାସ ଓ ତାଙ୍କ ଭଉଣୀ ମାଳତୀ ଦାସ । ମିନତୀ ଓ ମାଳତୀଙ୍କ ସମେତ 15ଭୂମିହୀନ ବ୍ୟକ୍ତି ଦୀର୍ଘ 30ବର୍ଷ ହେବ ବିଜୟନଗର ଶାସନ ପଡା ଗ୍ରାମର ଗୋଚରରେ ରହି ଆସୁଥିଲେ ।
Download Argus News App
