ଏଥିରେ ଆଉ କାହାର କାହାର ସଂପୃକ୍ତି ରହିଛି, ଆବଶ୍ୟକ ପଡିଲେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ସେ ତାଙ୍କର ଅଧିକାଂଶ ସମ୍ପତ୍ତି ନିଜ ପରିବାରବର୍ଗଙ୍କ ନାଁରେ କରିଛନ୍ତି ବୋଲି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି କଟକ ଡିଭିଜନ ଭିଜିଲାନ୍ସ ସେଲ ଏସପି ଏମ ରାଧାକୃଷ୍ଣ ।
କଟକ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା। କେନ୍ଦୁଝର ଜିଲ୍ଲା ଜୁନିଅର୍ ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ । ନିଜ ଆୟ ଠାରୁ ୧୬୭ ପ୍ରତିଶତ ଅଧିକ ସମ୍ପତ୍ତିର ମାଲିକ ଥିଲେ ମାଇନିଂ ଅଫିସର । ତାଙ୍କ ନିକଟରୁ ୩ ଟି ମଲ୍ଟି ଷ୍ଟୋରେଡ ବିଲ୍ଡିଂ, ଗୋଟିଏ ଫୋର୍ ଷ୍ଟୋରେଡ ବିଲ୍ଡିଂ, ୨ ଟି ବେନାମୀ ଫ୍ଲାଟ୍, ୧୫ ଟି ପ୍ଲଟ, ୫ ଏକରର ଗୋଟିଏ ଫାର୍ମ ହାଉସ, ୫୪ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା, ୩୦୦ ଗ୍ରାମ ସୁନା, ଗୋଟିଏ ଚାରି ଚକିଆ ଓ ୨ ଟି ଦୁଇ ଚକିଆ ଗାଡ଼ି ଜବତ କରିଛି ଭିଜିଲାନ୍ସ ।