ସାମଗ୍ରୀ:
ପୋଟଳ-1 କିଗ୍ରା
ଚିନି-50 ଗ୍ରା
ଜିରା-10 ଗ୍ରାମ
ଡାଲଚିନି-20 ଗ୍ରାମ
ନଡିଆ- 1 ଟା (ବଟା)
ମସଲା
ଗୋଲମରିଚ-10 ଗ୍ରାମ
ଲବଙ୍ଗ+ ଅଳେଇଚ- 10 ଗ୍ରାମ
ଲୁଣ, ହଳଦୀ, ସ୍ୱାଦଅନୁସାରେ
ପ୍ରଣାଳୀ: ପ୍ରଥମେ ସମସ୍ତ ମସଲାକୁ ଏକତ୍ର ଭଲ ଭାବରେ ବାଟି ରଖାଯାଏ । ତା ପରେ ପୋଟଳକୁ ଭଲ ଭାବରେ ଭାଜି ରଖାଯାଏ । ଏହାପରେ ଚୁଲିରେ କୁଡୁଆ ବସାଇ ସେଥିରେ ଅଳ୍ପ ଘିଅ ପକାଇ ନଡିଆ ବଟା ଓ ମସଲା ପକାଇ ପାଣି ଦେଇ ଫୁଟାଯାଏ । ଏହାର 5 ମିନିଟ୍ ପରେ ଲୁଣ, ହଳଦୀ, ପକାଯାଇ ଫୁଟାଯାଏ । ତା ପରେ ଛଣାହୋଇଥିବା ପୋଟଳ ପକାଯାଏ । ଏହା ଭଲ ଭାବରେ ଫୁଟିବା ପରେ ତଳକୁ ଓହ୍ଲାଇ ଆଣି ଏହାପରେ ଫୁଟଣ କରାଯାଏ ।
ତେବେ ଆଉ ଡେରି ନକରି ଘରେ ପ୍ରସ୍ତୁତ କରନ୍ତୁ । ଆଉ ନିଜେ ଖାଇବା ସହ ସମସ୍ତଙ୍କୁ ଖୁଆନ୍ତୁ ।