ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା କେର୍ଲା ଗ୍ରାମର ମୃତ ମିଥିନ ବିଶୋଇ ଯାହାଙ୍କ ବୟସ ୧୫ ବର୍ଷ ଓ ଆହତ ଲିପୁନ ବିଶୋଇ ଯାହାଙ୍କ ବୟସ ୧୫ ବର୍ଷ ଉଭୟେ କୋଟପାଡ଼ ସିଦ୍ଧାର୍ଥ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି l ଆସନ୍ତା ୨୦ ତାରିଖ ଦିନ ବୋର୍ଡ ପରୀକ୍ଷା ଥିବା ଯୋଗୁଁ ଆଜି ଉଭୟେ ଆଡମିଟ କାର୍ଡ଼ ନବା ପାଇଁ ସ୍କୁଲକୁ ଆସିଥିଲେ । ହେଲେ ଆଡମିଟ କାର୍ଡ଼ ନେଇ ଘରକୁ ଫେରୁଥିବା ସମୟରେ ବଣିଆ ଗ୍ରାମ ନିକଟରେ ସମ୍ମୁଖ ପଟୁ ଆସୁଥିବା ପିକଅପ ଭ୍ୟାନକୁ ଧକ୍କା ଦେଇ ଛିଟିକି ପଡ଼ିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଯାହା ଫଳରେ ଘଟଣା ସ୍ଥଳରେ ହିଁ ନାବାଳକ ମିଥିନ ବିଶୋଇଙ୍କ ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ୨ ସାଙ୍ଗ ବହୁ ଦୁରକୁ ଛିଟିକି ପଡ଼ିଥିଲେ । କୋଟପାଡ଼ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଭୟ ପିକଅପ ଭ୍ୟାନ ଓ ବାଇକକୁ ଜବତ କରି ଥାନାକୁ ନେଇଥିବା ବେଳେ, ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଥିବା ଜଣାଯାଇଛି ।