ସେପଟେ ପୁରୁଷ ମାନେ ବି ବାଇକରେ ଡ୍ରମ ବାନ୍ଧି ପାଣି ଆଣନ୍ତି । ଦିନର ଗୋଟିଏ ଓଳି ପାଣି ବୁହାରେ ସମୟ କୋଟିଯାଏ । ଆଉ ଦିନ ମଜୁରିଆ କାମକୁ ଯିବାକୁ ସମୟ ପାଆନ୍ତି ନାହିଁ । ଗାଁରେ ରହୁଥିବା ବୃଦ୍ଧ ଲୋକ ମାନେ ଗାଁରେ ରହିଥିବା ପରିତ୍ୟକ୍ତ କୂଅରୁ କିମ୍ବା ନିକଟସ୍ଥ କେନାଲର ପାଣି ବ୍ୟବହାର କରନ୍ତି ।
ଗ୍ରାମବାସୀ ଜଳ ସମସ୍ୟା ନେଇ ବିଡ଼ିଓ, ଜିଲ୍ଲାପାଳ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କୁ ଗୁହାରି କରି କରି ଥକିଗଲେଣି । କିନ୍ତୁ ସମାଧାନ ହୋଇ ପାରୁ ନାହିଁ । ଲୋକେ ଖରା ଦିନ ଆସିଲା ପାଣି ପାଇଁ ହାହାକାର ହୁଅନ୍ତି । ନିର୍ବାଚନ ପୂର୍ବରୁ ସରପଞ୍ଚ ହୁଅନ୍ତୁ କି ବିଧାୟକ ଭୋଟ ପାଇଁ ଗାଁ ଲୋକଙ୍କୁ ପାଣି ପାଇଁ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ନିର୍ବାଚନ ପରେ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ସୀମିତ ରହିଯାଏ । ତିନି କିଲୋମିଟର ଚାଲିଲେ ମେଣ୍ଟୁଛି ଶୋଷ । କେବେ ହାତ ପାଆନ୍ତାରେ ମିଳିବ ପାଣି ତାକୁ ଅପେକ୍ଷା ।