ପ୍ରଥମେ ଦେଓମାଳି ଏବଂ କୋଟିଆ ଗସ୍ତ କରିବେ ବିଭିନ୍ନ ସଂଗଠନ । ଏହାପରେ କୋଟିଆରେ ଏକ ସମାବେଶର ଆୟୋଜନ କରାଯିବ । ସମାବେଶରେ କୋଟିଆ ଗାଁର ଲୋକମାନଙ୍କ ସହିତ ବିସ୍ତୃତ ଆଲୋଚନା କରାଯିବ । ଏହାପରେ ନେରେଡି ବାଲସା ହୋଇ ପଟାଙ୍ଗି ଦେଇ ଫେରିବେ । ତେବେ ପଟାଙ୍ଗିରେ ବିଭିନ୍ନ ଦାବି ସମ୍ବଳିତ ପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓ ଓ ତହସିଲଦାରଙ୍କୁ ପ୍ରଦାନ କରାଯିବ ।
ଏଥିସହ କୋରାପୁଟ ଜିଲ୍ଲା ପ୍ରଶାସନକୁ ମଧ୍ୟ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଦାବି ପତ୍ର ଦିଆଯିବ । ଦାବି ଭିତରେ ମୁଖ୍ୟତଃ ଓଡିଶାର ସ୍ବାର୍ଥ ସୁରକ୍ଷା, ଓଡିଶାର ସୀମା ସୁରକ୍ଷା, କୋଟିଆ ଓ ଦେଓମାଳି ସମସ୍ୟାର ସ୍ଥାୟୀ ସମାଧାନ ରହିଛି ।