ନେରେଡି ୱାଲାସା ଗାଁରେ ଆନ୍ଧ୍ରପ୍ରଦେଶ ନିର୍ମାଣ କରିଥିବା ଏକ ଘରେ ଚାଲିଥିଲା ସଚେତନତା ନାଁରେ ଦାଦାଗିରି । ଆନ୍ଧ୍ରର ଏହି ତଥାକଥିତ ସଚେତନତା ଶିବିରରେ ଗଞ୍ଜେଇପଦର, କୋଟିଆ,ଧୂଳିପଦର୍,ତଳସେମ୍ବି, ଉପରସେମ୍ବି,ତାଡ଼ିୱାଲାସା ଗ୍ରାମବାସୀଙ୍କୁ ଏକାଠି କରାଯାଇଥିଲା ।
ଵୈଠକରେ ଉକ୍ତ ଅଞ୍ଚଳରେ ଅମଳ ହେଉଥିବା ତେନ୍ତୁଳି ଗୁଡ଼ିକୁ କିଭଳି ସଂଗ୍ରହ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା। ଭାଗ ନେଇଥିବା ଗ୍ରାମବାସୀଙ୍କୁ ଆନ୍ଧ୍ରର ଅଧିକାରୀମାନେ ଅମଳ ହୋଇଥିବା ତେନ୍ତୁଳିରୁ ଅଧିକ ଲାଭ ଦେବାର ଲୋଭ ଦେଖାଇଥିଲେ।