ସୂଚନା ଅନୁସାରେ, ଚିନ୍ତାମଣିଶ୍ବର ହାଇସ୍କୁଲରେ ନିହାରିକା ଓ ଗୌତମ ପାଠ ପଢୁଥିଲେ । ସେହି ସମୟରେ ନିହାରିକାଙ୍କୁ ଏକତରଫା ପ୍ରେମ କରୁଥିଲେ ଗୌତମ । ଅନେକ ଥର ନିହାରିକାକୁ ସେ ପ୍ରେମ ନିବେଦନ କରୁଥିଲେ । କିନ୍ତୁ ନିହାରିକା ମୁଖ୍ୟ ଅବିଯୁକ୍ତ ପିଙ୍କୁକୁ ପ୍ରେମ କରୁଥିଲେ । ଶେଷରେ ଗୌତମ ବିଷୟରେ ନିହାରିକା ତା’ର ପ୍ରେମିକ ପିଙ୍କୁକୁ ଜଣାଇଥିଲା । ଏଥିରେ ରାଗି ଯାଇ ପିଙ୍କୁ ଗୌତମକୁ ଫୋନ କରି ଭେଟିବାକୁ କହିଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମାର୍ଚ୍ଚ ୧୫ ତାରିଖ ବିଳମ୍ବିତ ରାତିରେ ଗୌତମ କାମ ସାରି ଜଟଣୀରୁ ଫେରୁଥିଲା । ତାଙ୍କ ସାଥିରେ ମୃତ ଯୁବକ ଅଞ୍ଜନ ବେହେରା ମଧ୍ୟ ଥିଲେ । ସେହି ସମୟରେ ପିଙ୍କୁ ଓ ନିହାରିକା ସମେତ ଅନ୍ୟ ୪ ଜଣ ଅଭିଯୁକ୍ତ ଗୌତମକୁ ଚିନ୍ତାମଣିଶ୍ବର ରାସ୍ତାରେ ଅଟାଇଥିଲେ । ଏହାପରେ ପିଙ୍କୁ, ନିହାରିକା ଓ ଗୌତମଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଅଞ୍ଜନ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ପିଙ୍କୁ ତାଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରିଥିଲା ।