ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଦିନିକିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ଆଜି ଏକ ବିଶ୍ଵବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ବିଦ୍ୟାର୍ଥୀମାନଙ୍କ ସହ କରିବେ ଆଲୋଚନା। ଭାରତୀୟ ଯୁବକଙ୍କ ରାଷ୍ଟ୍ର ଗଠନରେ କଣ ଯୋଗଦାନ ରହିଛି ସେ ନେଇ ଆଲୋଚନା ହେବ । ଏହା ସହ ଭୁବନେଶ୍ୱରରେ କିଛି ଲୋକପ୍ରତିନିଧିଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଓମ୍ ବିର୍ଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେଜ ଛାତ୍ରଛାତ୍ରୀ ଅସୁବିଧା ସମ୍ମୁଖୀନ ହେଉଥିବା ଦେଖାଦେଇଛି।
ପାଗ ପରିବର୍ତ୍ତନ ହୋଇଥିବା ବେଳେ ସକାଳ ୮ ଟା ପର୍ଯ୍ୟନ୍ତ କୁହୁଡ଼ି ଘେରରେ ନୀଳଗିରି ରହିଥିବା ଦେଖାଦେଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତି ରେକର୍ଡ । ସେ ପ୍ରତି ଘଣ୍ଟାକୁ ପାଖାପାଖି ୭୫୦ ରୁ ୮୦୦ ଦୋଷା ପ୍ରସ୍ତୁତ କରୁଛନ୍ତି ଏବଂ ୨୪ ଘଣ୍ଟାରେ ୧୦ ହଜାର ଦୋଷା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛନ୍ତି।
ମନୋହରଙ୍କ ବାପା କହୁଥିଲେ ଯେ ଖାଦ୍ୟ ଦାନ ଠାରୁ ମହତ୍ବ ଦାନ କିଛି ନାହିଁ। ସେ ତାଙ୍କ ବାପାଙ୍କ କଥା ମାନି ଏଭଳି ଖାଦ୍ୟ ପ୍ରସ୍ତୁତି କରୁଥିବା ପ୍ରକାଶ କରିଛନ୍ତି। ଚଳିତ ବର୍ଷକୁ ମିଶାଇ ଏହା ମନୋହରଙ୍କ ୨୬ ତମ ରେକର୍ଡ।
ଅଧିକ ପଢନ୍ତୁ ଭାରତ ଖବର