ଲୁଟେରା ମାନେ ଛଣଗିରି ପଟକୁ ଯାଉଥିବା ବେଳେ କେତେକ ଯୁବକ ଛଣଗିରି ଠାରେ ଜଗିରହି ଲୁଟେରା ମାନଙ୍କୁ ଅଟକାଇ ବା ପାଇଁ ଚେଷ୍ଟା କରିବାରୁ ଲୁଟେରା ମାନେ ଛଣଗିରି ଶ୍ମଶାନ ନିକଟସ୍ଥ ଏକ ଜଂଗଲ ରାସ୍ତାରେ ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲେ ହେଲେ ଲୋକେ ପହଞ୍ଚି ଯିବାରୁ ଲୁଟେରା ମାନେ ମୋଟର ସାଇକେଲ ଛାଡି ଜଂଗଲ ମଧ୍ୟକୁ ଖସି ଯାଇଥିଲେ।ପରେ ସ୍ଥାନୀୟ ଲୋକେ ଏବଂ ଜଂକିଆ ପୋଲିସ ପହଞ୍ଚି ଜଂଗଲ ମଧ୍ୟରେ ଅନେକ ଖୋଜାଖୋଜି କରି ଲୁଟେରା ମାନଙ୍କ ଟେର ପାଇନଥିଲେ। ଲୁଟେରାଙ୍କ ମାଡରେ ଆହତ ରମେଶ ଚିକିତ୍ସିତ ହୋଇ ଫେରିବା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ କୁ ଆଧାର କରି ପୋଲିସ ମୋଟର ସାଇକେଲ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ।ହେଲେ ଲୁଟେରା ମାନଙ୍କ ଟେର ପାଇ ନାହିଁ ପୋଲିସ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।