ସୂଚନାନୁସାରେ, ବ୍ୟବସାୟୀ ମନୋରଞ୍ଜନ ସାମନ୍ତରାୟ ତାଙ୍କ ସଉଦା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କୁ ପିଛା କରି ଥିଲେ ଚାରି ଜଣ ଦୁର୍ବୁତ୍ତ । ଏହାପରେ ବାଘମାରି ବଜାର ନିକଟରେ ଗୋଟିଏ ରାଉଣ୍ଡ ଗୁଳିମାଡ଼ କରି ୭୦ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି ।
ବ୍ୟବସାୟୀଙ୍କ ଗୋଡରେ ଗୁଳି ବାଜିଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ଛାନ୍ନ ଭିନ କରିଛି । ଗୁରୁତର ଆହତ ବ୍ୟବସାୟୀଙ୍କୁ ଖୋର୍ଦ୍ଧା ଓ ପରେ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି ।