ଅର୍ଗସ ବ୍ୟୁରୋ: ଚାରିଆଡ଼େ ଲୁଟରୋ ମାତିଛନ୍ତି। ଆଖି ବୁଲୋଉ ବୁଲୋଉ ଟଙ୍କା ଚୋରି ହୋଇଯାଉଛି। ସେଥିପାଇଁ ସବୁବେଳେ ସଚେତନ ରହିବାକୁ ପଡ଼ିବ । ଏକ ଅଧାସଟର ପଡିଥିବା ବ୍ରହ୍ମପୁରର ଆରବିକୋଚ୍ ଅଫିସ ତଥା ବ୍ୟାଟେରି ଦୋକାନରେ ପଶି ଲକ୍ଷାଧିକ ଟଙ୍କା ନେଇ ଜଣେ ଲୁଟେରା ଫେରାର ହୋଇଯାଇଛନ୍ତି। ଏ ନେଇ ବ୍ରହ୍ମପୁରର ଆରବି କୋଚ ମାଲିକ ପଞ୍ଚାନନ ରାଉତ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଭୁବନେଶ୍ୱରର ଏକ ନାମିଦାମୀ ହୋଟେଲରେ ଲୁଟେରାମାନେ ଅୟସ କରୁଥିବା ବ୍ରହ୍ମପୁର ପୋଲିସକୁ ଖବର ମିଳିଥିଲା। ଏହାର ସବୁ ଭିଡିଓ ସହ ଲୁଟେରାଙ୍କ ମୁହଁ ସିସିଟିଭିରେ ସ୍ପଷ୍ଟ ଦେଖା ଯାଉଥିବାରୁ ଭୁବନେଶ୍ୱରରୁ ସମ୍ପୃକ୍ତ ଲୁଟେରାଙ୍କୁ ବ୍ରହ୍ମପୁର ଟାଉନ ପୋଲିସ ଗିରଫ କରିଛି। ସେ ହେଲେ କେ.ନୂଆଗାଁର ପାରୁଲ ପାତ୍ର ଓରଫ ରାହୁଲ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।
ଅଭିଯୋଗ ଅନୁଯାୟୀ, ଗତ ୧୨ ତାରିଖରେ ଆରବି କୋଚ ଅଫିସ ତଥା ବ୍ୟାଟେରୀ ସୋ’ରୁମର ସଟର୍ ଅଧା ଖୋଲା ରଖିଥିଲେ। ମାଲିକ ଓ କର୍ମଚାରୀମାନେ କୌଣସି କାମରେ ମାତ୍ର ୫ ମିନଟ୍ ପାଇଁ ବାହାରକୁ ଯାଇଥିଲେ । ଅଧା ଖୋଲାର ସୁଯୋଗ ନେଇ ଅଭିଯୁକ୍ତ ରାହୁଲ ଉକ୍ତ ରୁମ୍ରେ ପଶି କ୍ୟାସ ଡ୍ର'ରୁ ଲକ୍ଷାଧିକ ଟଙ୍କା ଚୋରି କରି ନେଇଯାଇଥିଲେ। ଯାହା ସେହି ସିସିଟିଭି ଫୁଟେଜରେ କଏଦ ହୋଇଛି । ଖବର ପାଇ ଥାନା ଅଧିକାରୀ ସୁରେଶ ତ୍ରିପାଠୀ ଏକ ଟିମ ଗଠନ କରିଥିଲେ। ଉକ୍ତ ଟିମ ଭୁବନେଶ୍ୱର ଯାଇ ସେଠାରୁ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ଅପରାଧ ଖବର ଆହୁରି ପଢ଼ନ୍ତୁ ।