ତତେ ବୋହୁ କରିନେବି ମୋ ଘରକୁ। କିନ୍ନର ଦେବଲିନା ମଧ୍ୟ ଶିବଶଙ୍କର ସହ ବିବହ କରି ସଂସାର କରିବେ ବୋଲି ଆଖିରେ ଆଖୀଏ ସ୍ୱପ୍ନ ସଜାଡି ରଖିଲେ। ହେଲେ ଦେବଲିନା କଣ ଜାଣିଥିଲା ଏହି ପରଦେଶି ବେପାରୀ ବାବୁ ଯାହା କହିଥିଲେ ତାହା ସବୁ ମିଛ ଥିଲା ବୋଲି। ତୁମ ଘରର ବୋହୁ ହେବି କହିବାରୁ ଦେବଲିନା ମାଡ ମାରି ଲହୁଲୁହାଣ କରିଛନ୍ତି ପ ଶିବଶଙ୍କରା। ବିବାହର ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ଆଉ ଏବେ ମାଡ ମାରି ଧୋକା ଦେଲେ ।
କଳାହାଣ୍ଡି ଜିଲ୍ଲା ଜୟପାଟଣାର ଦେବଲିନା କିନ୍ନର ଓ ସମ୍ପୃକ୍ତ ଯୁବକ ଶିବଶଙ୍କର ଅଗ୍ରୱାଲ ୨୦୧୯ ରୁ ଫେସବୁକ ମାଧ୍ୟମରେ ପ୍ରେମ ହୋଇଥିଲା। ପରେ ଉଭୟ ଉଭୟର ଦେଖା ସାକ୍ଷାତ ହୋଇଥିଲା। ପରସ୍ପର ମଧ୍ୟରେ ନିବିଡତା ବଢିଲା। ମନ୍ଦିରରେ ପ୍ରେମ ବିବାହ କରି ମଥାରେ ସିନ୍ଦୂର ଦେଇ କିନ୍ନର ରୁ ସ୍ତ୍ରୀ ର ଅଧିକାର ଦେବା ପରେ ଶିବଶଙ୍କର ଶାରୀରିକ ସମ୍ପର୍କ ରଖିଥିଲେ। ଧିରେ ଧିରେ ପ୍ରମର ସ୍ବାଦ ସରିଗଲା।
ନିର୍ଯ୍ୟାତିତ ହେଲେ କିନ୍ନର ଦେବଲିନା। ଟଙ୍କା ବାଲା ବୋଲି ଟଙ୍କା ପ୍ରଳୋଭନ ଦେଖାଉଥିଲେ ଶିବଶଙ୍କର। ହେଲେ ମୋର ଟଙ୍କା ପିସା ଦରକାର ନାହିଁ ତୋ ଘର ର ବହୁ ହେବି କହି ଜିଦ୍ ଧରିବାରୁ ନିର୍ଦ୍ଧୁମ ମାଡ ମାରି କ୍ଷତାକ୍ତ କରିଦେଲେ ଶିବଶଙ୍କର। ଘଟଣା କୁ ନେଇ କିନ୍ନର ତାଙ୍କ ପ୍ରେମିକ ଶିବଶଙ୍କର ଙ୍କ ନାମରେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ ଦେଲା ପରେ ପୋଲିସ କେଶ ନମ୍ବର ୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ନାମରେ ୩୪୧,୩୨୩ ଓ ୩୭୭ ଦଫା ଲଗାଇ ତଦନ୍ତ ଆରମ୍ଭ କରିଛି।
ଏନେଇ ଜୟପାଟଣା ଥାନା ଅଧିକାରୀ କେଶ ରୁଜୁ କରି ସତ୍ୟାସତ୍ୟ ଜାଞ୍ଚ କରି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁଚନା ଦେଇଛନ୍ତି। ପିଡିତା କିନ୍ନର ଦେବଲିନାଙ୍କ ଡାକ୍ତରୀ ମଇନା ହୋଇଥିବା ବେଳେ ଅଭିଯୁକ୍ତକୁ ଏପର୍ଯ୍ୟନ୍ତ ଥାନାରେ ହାଜର କରାଯାଇ ନାହିଁ। ତେବେ ଘଟଣାର ନିରପେକ୍ଷ ତଦନ୍ତ ହୋଇ ନ୍ୟାୟ ପ୍ରଦାନ ପାଇଁ ନିବେଦନ କରିଛନ୍ତି ଅସହାୟ କିନ୍ନର।