ଅର୍ଗସ ବ୍ୟୁରୋ: ବହୁମତ ସହିତ ପୁରନ୍ଦର କଂଗ୍ରେସ ହାତରୁ ରାୟପୁର ଉତ୍ତର ଆସନ ଛଡେଇ ନେଇଛନ୍ତି । କଂଗ୍ରେସର କୁଲଦୀପ ଜୁନେଜାଙ୍କୁ 23,054 ଖଣ୍ଡ ଅଧିକ ଭୋଟ୍ ରେ ଜିତିଛନ୍ତି ପୁରନ୍ଦର । ପୁରନ୍ଦରଙ୍କ ବିଜୟ ପରେ ଛତିଶଗଡ ଓଡିଆ ସମାଜରେ ଖୁସିର ଲହରି ଖେଳିଯାଇଛି । ବିଜୟର ସମସ୍ତ ଶ୍ରେୟ ମହାପ୍ରଭୁ ଜଗନ୍ନାଥଙ୍କୁ ଦେଇଛନ୍ତି ପୁରନ୍ଦର । ଏହାସହ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
ଏହାସହ ଜଗନ୍ନାଥ ସଂସ୍କୃତି ଓଡିଆ ସଂସ୍କୃତି ବଞ୍ଚାଇ ରଖିବାକୁ ସମସ୍ତ ଚେଷ୍ଟା କରିବା ନେଇ କହିଛନ୍ତି ପୁରନ୍ଦର ମିଶ୍ର । 35 ଲକ୍ଷ ଜନସଂଖ୍ୟାକୁ ପ୍ରତିନିଧିତ୍ୱ କରୁଥିବା ଛତିଶଗଡ ସ୍ଥିତ ବୃହତ ଓଡିଆ ସମାଜର ସଭାପତି ଏବଂ ଜଣେ ବିଶିଷ୍ଟ ସମାଜସେବୀ ପୁରନ୍ଦର ମିଶ୍ର । ଏହାସହ ରାୟପୁରରେ ଥିବା ଜଗନ୍ନାଥ ମନ୍ଦିର ସେବା ସମିତିର ସଂସ୍ଥାପକ ମଧ୍ୟ । ବର୍ତ୍ତମାନ ସେ ଛତିଶଗଡ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଏହାସହ ଆସାମ, ଝାଡଖଣ୍ଡ, ଓଡିଶା, ଗୁଜୁରାଟର ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ପର୍ଯ୍ୟବେକ୍ଷକ ରୂପେ କାର୍ଯ୍ୟ କରସାରିଛନ୍ତି ।
ପୁରନ୍ଦର ଗତ 25 ବର୍ଷ ଧରି ନିଶା ମୁକ୍ତ ଅଭିଯାନ ଚଳାଇ 22 ହଜାର 650 ଲୋକଙ୍କୁ ନିଶା ସେବନରୁ ନିବୃତ୍ତ କରିପାରିଛନ୍ତି । ସେ ଓଡିଶାର ମୂଳ ବାସିନ୍ଦା ହୋଇଥିବାବେଳେ ବର୍ତ୍ତମାନ ରାୟପୁରର ଶଙ୍କର ନଗର ଅଞ୍ଚଳରେ ରହୁଛନ୍ତି ।
ଏ ବିଜୟ ଅଭୂତପୂର୍ବ- ପ୍ରଧାନମନ୍ତ୍ରୀ