ଅର୍ଥ ବିଭାଗ ସହ ବିସ୍ତୃତ ଆଲୋଚନା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଗଣଶିକ୍ଷା ତଥା ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ବିଭିନ୍ନ ବର୍ଗଙ୍କୁ ଦିଆଯାଉଥିବା ଭତ୍ତା ଟଙ୍କା ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ । ସେ ନେଇ ପ୍ରସ୍ତୁତି ଚାଲିଛି ।
ଅର୍ଥ ବିଭାଗ ସହ ବିସ୍ତୃତ ଆଲୋଚନା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଗଣଶିକ୍ଷା ତଥା ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ଦୁଇ ଦିନବାକି । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଆଜି ଅଣସରର ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି ଅନୁଷ୍ଠିତ ହୋଇଛି। ଘଣ୍ଟ, ଛତ୍ରୀ, କାହାଳି ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା।
ଶୁଦ୍ଧ ସୁଆରଙ୍କ ଦ୍ବାରା ପ୍ରସ୍ତୁତ ଦିବ୍ୟ ପ୍ରଲେପକୁ ରୂପା ପିଙ୍ଗଣରେ ରଖି ଦଇତାପତି ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଯାଇଥିଲା । ଏଥିସହ ଶ୍ରୀଜିଉଙ୍କୁ ରକ୍ତବସ୍ତ୍ର ଆବରଣ କରି ସପ୍ତାବରଣ ଶେଷ ହୋଇଛି । ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।
ସେପଟେ ଚଳଚଞ୍ଚଳ ରଥଖଳା । ଦୁଇ ଦିନ ପରେ ରଥରେ କାଳିଆ ଠାକୁର ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡରେ ଭକ୍ତଙ୍କ ଗହଣରେ ମାନବୀୟ ଲୀଳା କରିବେ । ଏଥିପାଇଁ ତିନି ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ସେବକ । କୋଠ ସୁଆଁଶିଆ ମାନେ ରଥରେ କନାପକା କାର୍ଯ୍ୟ ଜାରି ରଖିଛନ୍ତି । ତିନି ରଥକୁ କଳସ ଉଠି ସାରିଥିବାବେଳେ ଓଲଟ ଶୁଆ ଓ ଅଁଳା ମଧ୍ୟ ଉଠି ସାରିଛି। ଚିତ୍ରକର ସେବାୟତ ତୂଳୀର ସ୍ପର୍ଶରେ ରଙ୍ଗ ଦେଉଛନ୍ତି । ୨୪୦ରୁ ଉର୍ଦ୍ଧ୍ବ ନିର୍ମାଣ ସେବକଙ୍କ ଉପସ୍ଥିତିରେ ଜୋରସୋରରେ ଚାଲିଛି କାମ।
ଅନ୍ୟପଟେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଡିଜିପି। ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ଓ ଭିଡ ନିୟନ୍ତ୍ରଣ ଉପରେ ଗୁରୁତ୍ବରୋପ କରାଯାଇଛି। ଏହା ପୂର୍ବରୁ ପୁରୀ ଟାଉନ ଥାନାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏଥିସହ ରଥଯାତ୍ରାକୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପନ୍ନ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ବୟ ରଖାଯାଇ ମକଡ୍ରିଲ କରାଯାଇଥିଲା । ଯେଉଁଥିରେ NDRF, ଓଡ୍ରାଫ, ଅଗ୍ନିଶମ, ମେଡିକାଲ, ପୋଲିସ, ପରିବହନ, ଆମ୍ବୁଲାନ୍ସ, ସ୍ବେଚ୍ଛାସେବୀ ସଙ୍ଗଠନ ଓ ଅନ୍ୟାନ୍ୟ ବିଭାଗ ମକଡ୍ରିଲରେ ସାମିଲ ହୋଇଥିଲେ।
ଆଜି ଅଲାରନାଥଙ୍କ ଅନବସର ଦର୍ଶନ ଶେଷଦିନ ହୋଇଥିବାବେଳେ ୧୩ଦିନ ଧରି ଶୀଳାକ୍ଷେତ୍ରରେ କାଳିଆ ସାଆଁନ୍ତଙ୍କ ଲୀଳାଖେଳା ସରିଛି । ଜୁଲାଇ 7 ତାରିଖରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: 350 କୋଟି ଟଙ୍କାର ଆଖିଖୋସି ହେଲା ଭଳି ବିଲ୍ଡିଂ। 4 ଲକ୍ଷ ସ୍କୋୟାର ଫୁଟର ଜାଗା। ଆଲିସାନ ବହୁତଳ କାଚ ବିଲଡିଂ ଭିତରେ ଆକର୍ଷଣୀୟ ଇଣ୍ଟରୀୟର। ହେଲେ ଏ ସବୁ କାହା ପାଇଁ ? ଓଡ଼ିଶାରେ ଷ୍ଟାର୍ଟ ଅପ୍ କରିଥିବା ରାଜ୍ୟର ଯୁବ ଉଦୋଗୀଙ୍କ ପାଇଁ ଏହି ଓ- ହବ ବିଲ୍ଡିଙ୍ଗର ଯୋଜନା କରିଥିଲେ ବିଜେଡି ସରକାର। ହେଲେ ଏତେ ବଡ ବିଲ୍ଡିଙ୍ଗରେ ଓଡିଶାର ଗୋଟିଏ ହେଲେ ବି ଷ୍ଟାର୍ଟ ଅପ୍ କମ୍ପାନୀକୁ ମିଳିନି ଜାଗା।
ବରଂ ଅଣ ଓଡ଼ିଆ ବହୁ ରାଷ୍ଟ୍ରୀୟ କମ୍ପାନୀଙ୍କ ଅଫିସ ଖୋଲାଯାଇଛି ଏହି ବିଲଡିଂରେ। ଅଭିଯୋଗ ଏହି ଓ-ହବ୍ ବିଲଡିଂ ଥିଲା ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣରେ। ଆଉ ଓଡ଼ିଆ ଉଦ୍ୟୋଗୀ ମାରଣ ନୀତିର ମୁଖ୍ୟ କାର୍ପଟଦାର ସାଜିଥିଲେ ବିଜେଡି ସରକାରଙ୍କ ଗେହ୍ଲାପୁଅ ସାଜିଥିବା ମନୋଜ ମିଶ୍ର। ବିନା ଲାଞ୍ଚ କାରବାରରେ କୌଣସି ଓଡ଼ିଶାର କମ୍ପାନୀଗୁଡ଼ିକର କାମ ହେଉନଥିଲା। ମନୋଜ ମିଶ୍ରଙ୍କ ଖାସ ଅଫିସରମାନେ ଇଭେଣ୍ଟ ନାଁରେ ନିର୍ଦ୍ଦିଷ୍ଟ କେତେତ ଘରୋଇ କଲେଜକୁ ଅନୁଗୃହିତ କରୁଥିଲେ।
ତା ପଛରେ ବି ଲକ୍ଷାଧିକ ଟଙ୍କାର କମିଶନ କାରବାର ହେଉଥିବା ନେଇ ଅଭିଯୋଗ କରିଛନ୍ତି ଯୁବ ଉଦ୍ୟୋଗୀ।
ଖାଲି ସେତିକି ନୁହେଁ ଅଭିଯୋଗ ହୋଇଛି ବିଜେଡି ଶାସନରେ ଷ୍ଟାର୍ଟଅପ୍ ଓଡ଼ିଶା ନାଁରେ ବିଦେଶ ବୁଲି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ଅଫିସର୍। ଇନଭେଷ୍ଟ ଓଡ଼ିଶା ନାଁରେ ବି ରାଜକୋଶ ଲୁଟ୍ ଚାଲିଥିଲା। ଏପଟେ ରାଜଧାନୀରେ ଅଫିସ ଖଣ୍ଡିଏ କରି ନିଜ ଷ୍ଟାର୍ଟ ଅପ୍ କୁ ଆଗେଇବା ପାଇଁ ଯୁବ ଉଦ୍ୟୋଗୀଙ୍କୁ ସଂଘର୍ଷ କରିବାକୁ ପଡୁଥିଲା।
ଅଭିଯୋଗ ମନୋଜ ମିଶ୍ରଙ୍କ ପରି ଭ୍ରଷ୍ଟ ଅଧିକାରୀଙ୍କ ଯୋଗୁଁ ପ୍ରତାରଣାର ଶିକାର ହେଉଥିଲେ ଓଡ଼ିଆ ଯୁବ ଉଦ୍ୟୋଗୀ। ହେଲେ ତାଙ୍କର କେହି କିଛି କରିପାରୁନଥିଲେ। କାରଣ ସେ ଥିଲେ ନୀବନ ପାଣ୍ଡିଆନଙ୍କ ଖାସ୍। ଏବେ ସରକାର ବଦଳିବା ପରେ ଏହି ଭ୍ରଷ୍ଟ ଅଧିକାରୀଙ୍କ ବିରୋଧରେ ତଦନ୍ତ କରାଯାଇ ହେବ କି କାର୍ଯ୍ୟାନୁଷ୍ଠାନ ?
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ସମୟର ସବୁଠାରୁ ସୁନ୍ଦର ଉପଲବ୍ଧି କଣ ଜାଣନ୍ତି ? ସମୟ ହେଉଛି ପରିବର୍ତ୍ତନଶୀଳ । କଭୀ ଗମ୍, କଭୀ ଖୁସି । କଭୀ ଆସୁଁ, କଭୀ ହସୀ । ନା କଣ କହୁଛନ୍ତି ? ବେଶୀ ନୁହେଁ, ଏଇ ଛଅ ମାସ ତଳର କଥା । ୧୯ ନଭେମ୍ବର ୨୦୨୩ରେ ଥିଲା ଦୁଃଖ, ନିରାଶା, ହତାଶା।
କିନ୍ତୁ ଆଜି ଖୁସି, ଉତ୍ସାହ ଆଉ ହସର ବେଳ । ୱାନଡେ ୱାର୍ଲ୍ଡ କପରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହେବା ପରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଟିମ୍ ମେମ୍ବରଙ୍କୁ ଡ୍ରେସିଂ ରୁମରେ ଭେଟିଥିଲେ, ଖେଳାଳିମାନେ ବେଶ ଭାଙ୍ଗି ପଡ଼ିଥିଲେ । ପ୍ରଧାନମନ୍ତ୍ରୀ ସମସ୍ତେ ଖେଳାଳି ଓ କୋଚିଂ ଷ୍ଟାଫଙ୍କର ପିଠି ଥାପୁଡ଼ାଇ ସାହସ ଭରିଥିଲେ ।
ଏବେ ଛଅ ମାସ ପରେ ଯେତେବେଳେ ଭାରତୀୟ ଟିମ୍ ୱାର୍ଲ୍ଡ ଟି୨୦ ଜିତି ସ୍ବଦେଶ ଫେରିଛି ସେମିତି ଏକ ସାକ୍ଷାତ ବି ହୋଇଛି । ଅବଶ୍ୟ ବିଶ୍ବକପ ବିଜୟ ପରେ ମୋଦି ନିଜେ ଫୋନ୍ କରି ରୋହିତ, ବିରାଟ ଓ କୋଚ୍ ଦ୍ରାବିଡଙ୍କ ସହ କଥା ହୋଇଥିଲେ । ହେଲେ ଆଜି ଟ୍ରଫି ନେଇ କପ୍ତାନ ରୋହିତ ଶର୍ମା ପିଏମ୍ ମୋଦିଙ୍କୁ ଭେଟିବା ପାଇଁ ତାଙ୍କ ସରକାରୀ ଆବାସରେ ପହଞ୍ଚିଥିଲେ । ଟିମ୍ ସହିତ ବିସିସିଆଇ ପ୍ରେସିଡେଣ୍ଟ ରୋଜର ବିନ୍ନି ଓ ସେକ୍ରେଟାରୀ ଜୟ ଶାହ ମଧ୍ୟ ସାଥିରେ ଥିଲେ। ପ୍ରଧାନମନ୍ତ୍ରୀ ସବୁ ଖେଳାଳିଙ୍କ ସହ କଥାବାର୍ତ୍ତା କରିଥିଲେ ଆଉ ଖେଳାଳିମାନେ ବି ୱାଲର୍ଡ କପ୍ ସ୍ମୃତି ସେୟାର କରିଥିଲେ । କଥାବାର୍ତ୍ତା ବେଳେ ଖେଳାଳି ସହ ବେଶ ହସଖୁସି ହେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲେ ମୋଦି । ଖେଳାଳିଙ୍କ ଚେହେରାରେ ବି ଖୁସି ହିଁ ଖୁସି ଝଲକୁଥିଲା ।
ତେବେ ଏହା ପୂର୍ବରୁ ବାତ୍ୟା ପାଇଁ ବାର୍ବାଡୋସରେ ଫସିଥିବା ଟିମ୍ ଇଣ୍ଡିଆ ଆଜି ସକାଳେ ସ୍ବତନ୍ତ୍ର ବିମାନ ଯୋଗେ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲା । ଆଉ ଇଏ ହେଉଛି ସେହି ସମୟର ଦୃଶ୍ୟ। ଏୟାରପୋର୍ଟରୁ ହୋଟେଲ, ପ୍ରିୟ କ୍ରିକେଟରଙ୍କ ସ୍ବାଗତ ପାଇଁ ପୂରା ପ୍ରସ୍ତୁତ ଥିଲେ ଫ୍ୟାନ । ଏତେ ବର୍ଷ ପରେ ୱାର୍ଲଡ କପ୍ ଭାରତ ଲେଉଟୁଥିବାରୁ ଚାରିଆଡ଼େ ଉତ୍ସାହ, ଉଦ୍ଦୀପନା, ଦେଖିବାକୁ ମିଲିଥିଲା । ଖେଳାଳିମାନେ ବି ଡ୍ୟାନ୍ସ କରି ତ ପୁଣି କେକ୍ କାଟି ଖୁସି ମନାଇଥିଲେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର