ଏହି ଅବସରରେ ମଧୁ ସ୍ମୃତି ସୁରକ୍ଷା ମଞ୍ଚ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଅନ୍ୟପଟେ ମଧୁବାବୁଙ୍କ ସ୍ମୃତି ପୀଠର ହେବ ପୁନରୁଦ୍ଧାର। ଏଥିପାଇଁ କଟକ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁନରୁଦ୍ଧାର ପାଇଁ ଶିଳାନ୍ୟାସ କରାଯାଇଛି। ଏକ କୋଟି ଟଙ୍କା ଏଥିପାଇଁ ବ୍ୟୟ ବରାଦ କରାଯାଇଛି । ଆସନ୍ତା ବର୍ଷ ସୁଦ୍ଧା ଏହାର କାମ ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଏହାର ଡିପିଆର ପ୍ରସ୍ତୁତ ହୋଇଥିବା ବେଳେ ଏଠାରେ ଆଲୋକୀକରଣ, ପାଦଚଲା ରାସ୍ତା ସହ ମଧୁ ବାବୁଙ୍କ ସମାଧି ପୀଠ କୁ ନୂତନ ଢାଞ୍ଚାରେ କରାଯିବ । ପର୍ଯ୍ୟଟକ ଯେପରି ମଧୁ ବାବୁଙ୍କ ବାବଦରେ ତଥ୍ୟ ଏଠାରେ ଜାଣିବାକୁ ପାଇବେ ସେ ନେଇ ବ୍ୟବସ୍ଥା କରାଯିବ ବୋଲି ମେୟର ସୁବାସ ସିଂ କହିଛନ୍ତି । ତେବେ ମଧୁବାବୁ ଙ୍କୁ ଭାରତ ରତ୍ନ ଦିଆଯିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯିବ ବୋଲି ଆମ ଓଡ଼ିଶା ଅଧ୍ୟକ୍ଷ ତଥା ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ।
ଓଡିଶା ଖବର ଆହୁରି ପଢନ୍ତୁ