ସେପଟେ ମହାନଦୀ ଶୁଖିଯାଇଛି । ଶୁଖାସୋଡା ନିକଟରେ ନଦୀର ପାଣିନାହିଁ । ବଡ ନଦୀ ଏବେ ପାଣି ଶୂନ୍ୟ ହୋଇଯାଇଛି । ବଡନଦୀକୁ ନେଇ ବଡ ଚିନ୍ତା । ଚିନ୍ତାରେ ମହାନଦୀ ଅବବାହିକାରେ ବସବାସ କରୁଥିବା ୧୫ରୁ ଅଧିକ ଜିଲ୍ଲାବାସୀ । ମହାନଦୀ ଶୁଖିଗଲାଣୀ । ହେଲେ ଛତିଶଗଡ ବ୍ୟାରେଜ ଉପରେ ବ୍ୟାରେଜ କରି ଓଡିଶାର ପାଣି ରୋକିବାରେ ଲାଗିଛି । ସେପଟେ ଜଳମାନବ ରାଜେନ୍ଦ୍ର ସିଂଙ୍କ କହିବା କଥା ସରକାରଙ୍କ ମଧ୍ୟରେ ଆଲୋଚନା ହୋଇ ସମାଧାନ ହେବାର ଦରକାର । ଆଉ ଏହାର ଜବାବ ରଖିଛି ବିଜେଡି ।
ମହାନଦୀର ଛତିଶଗଡ ପାର୍ଶ୍ଵରେ ଲହଡି ମାରୁଛି ପାଣି । ହେଲେ ଓଡିଶା ପାର୍ଶ୍ଵ ଶୁଖିଲା । ଅଣମୌସୁମୀ ସମୟରେ ଓଡିଶାରେ ଏବେ ପାଣି ଚିନ୍ତା । ଅଧିକାଂଶ ଜିଲ୍ଲାରେ ଦେଖାଦେଲାଣୀ ଜଳକଷ୍ଟ । ଯାହାକୁ ନେଇ ଏବେ ଚିନ୍ତାରେ ଓଡିଶାବାସୀ । ନିର୍ବାଚନ ସରିଯାଇଛି ଆଉ ବିଜେଡି ସରକାର ମୁହଁରେ ଏବେ ତୁଣ୍ଡି ବୋଲି ସାଧାରଣରେ ଅଭିଯୋଗ ହୋଇଛି ।
ମହାନଦୀକୁ ନେଇ ଦେଖାଦେଲାଣୀ ବଡ ବିବାଦ । ଆଉ କାଠଗଡାରେ ରାଜ୍ୟ ସରକାର । ଆଉ ବିବାଦରେ ରାଜ୍ୟ ଶାସନରେ ଥିବା ବିଜୁ ଜନତା ଦଳର ଭୂମିକା ।