ଅଧିକ ପଢନ୍ତୁ : ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଛତିଶଗଡ଼ର କଲମା ବ୍ୟାରେଜ ପରିଦର୍ଶନ କରିବେ ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟ
ସେପଟେ ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲ ଟିମ କଲମା ବ୍ୟାରେଜ ଅଞ୍ଚଳ ବୁଲିବା ଭିତରେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ବିଜେଡି କେନ୍ଦ୍ରକୁ ଦାୟୀ କରିଥିବା ବେଳେ ଜବାବରେ ବିଜେପି କହିଛି ରାଜନୈତିକ ଡ୍ରାମା ବିଜେଡିର ଚାରିତ୍ରିକ ପ୍ରମାଣ । ଡ୍ରାମା ବନ୍ଦ କରି ବାସ୍ତବ ଜଳ ବଣ୍ଟନ କିପରି ହେବ, ଟ୍ରିବ୍ୟୁନାଲରେ କିପରି ଲଢେଇ ଠିକ୍ ହେବ ସେ ନେଇ ଧ୍ୟାନ ଦିଅନ୍ତୁ ସରକାର । ଟ୍ରିବ୍ୟୁନାଲରେ ଓଡ଼ିଶା ସରକାର ବ୍ୟକ ବେଞ୍ଚରେ ବସିଛନ୍ତି । ତେଣୁ ଟ୍ରିବ୍ୟୁନାଲର ଭବିଷ୍ୟତକୁ ନେଇ ବି ସନ୍ଦେହ ବୋଲି କହିଛି ବିଜେପି ।
ପୂର୍ବରୁ କେନ୍ଦ୍ର ସରକାର ଉଭୟ ଛତିଶଗଡ ଓ ଓଡିଶା କୁ ଡାକି ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ଚେଷ୍ଟା କରିଥିବା ବେଳେ ବୈଠକରୁ ଉଠି ଆସିଥିଲେ ନବୀନ ପଟ୍ଟନାୟକ । ଟ୍ରିବ୍ୟୁନାଲ ମାଧ୍ୟମରେ ଜଳ ବିବାଦ ସମାଧାନ ଯେ ଅତ୍ୟଧିକ ବିଳମ୍ବ ହୁଏ ତାହାର ଅନେକ ଉଦାହରଣ ରହିଛି । ତାହେଲେ ଏଠି ପ୍ରଶ୍ନ କେନ୍ଦ୍ର ସରକାରଙ୍କ ଆପୋଷ ଆଲୋଚନାର ପ୍ରସ୍ତାବ ସତ୍ବେ କାହିଁକି ଟ୍ରିବ୍ୟୁନାଲ ରାସ୍ତା ବାଛିଲେ ରାଜ୍ୟ ସରକାର । ମହାନଦୀ ସୁରକ୍ଷା ଅଭିଯାନ କଣ ବିଜେଡ଼ି ପାଇଁ କେବଳ ନିର୍ବାଚନୀ ବୈତରଣୀ ପାରି ହେବାର ଏକ ବାହାନା ଥିଲା କି ?