ଏହି ଘଟଣାରେ ତୁରନ୍ତ ସିବିଆଇ ତଦନ୍ତ ହେବା ସହ କ୍ୟାପଟେନଙ୍କୁ ବହିଷ୍କାର କରିବାକୁ ଦଳ କହିଛି। ଏହି ଦସ୍ତଖତ ଅଭିଯାନରେ ସାଧାରଣଲୋକେ ସାମିଲ ହୋଇଛନ୍ତି ବୋଲି ବିଜେପି କହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବ୍ୟଶଙ୍କରଙ୍କୁ ନିଜ ଷ୍ଟେଜରେ ବସାଇବା ନିନ୍ଦନୀୟ ବୋଲି ଦଳ କହିଛି। ରାଜ୍ୟବ୍ୟାପୀ ଅନ୍ଦୋଳନ ଦେଖିବାକୁ ମିଳିଛି। ସାମାଜିକ ଅନୁଷ୍ଠାନରୁ ଆରମ୍ଭ କରି ଛାତ୍ରସଙ୍ଗଠନ, ରାଜନୈତିକ ଦଳ ରାଜରାସ୍ତାକୁ ଓହ୍ଲାଇଛନ୍ତି।
ମମିତା ମେହେର ହତ୍ୟା ଘଟଣାରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ମମିତାଙ୍କ ପରିବାର ଲୋକ। ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ତଦନ୍ତ ଶେଷ କରିବାକୁ ହାଇକୋର୍ଟରେ ଆବେଦନ କରିଛନ୍ତି ମମିତାଙ୍କ ପରିବାର ଲୋକେ।
ଗୃହ ସଚିବ, ଡିଜିପି, ବଲାଙ୍ଗିର ଜିଲ୍ଲାପାଳ ଓ ଏସପିଙ୍କୁ ପକ୍ଷଭୁକ୍ତ କରିବାକୁ ଆବେଦନ କରାଯାଇଛି । ଏହାସହ ସିନ୍ଧେଇକେଲା ଆଇଆଇସିଙ୍କୁ ମଧ୍ୟ ପକ୍ଷଭୁକ୍ତ କରିବାକୁ ଆବଦେନ କରିଛନ୍ତି ମମିତାଙ୍କ ପରିବାର ଲୋକେ ।