ନକ୍ସଲମାନେ ଦେଶ ବିରୋଧୀ ଓ ଜନ ବିରୋଧୀ ବୋଲି ବ୍ୟାନରରେ ଉଲ୍ଲେଖ ରହିଛି। ଏଥିସହ ବିଚ୍ଛିନ୍ନାଞ୍ଚଳବାସୀ ବିକାଶମୂଳକ କାମରେ ସହଯୋଗ କରନ୍ତୁ ବୋଲି ଆହ୍ୱାନ ଦିଆଯାଇଛି । ଅନ୍ୟପକ୍ଷରେ ନକ୍ସଲମାନେ ମଧ୍ୟ ପୋଷ୍ଟର ମାଧ୍ୟମରେ ଲୋକଙ୍କୁ ଚେତାବନୀ ଦେଇଛନ୍ତି । ପ୍ରଶାସନର ସହାୟତାଠାରୁ ବିଚ୍ଛିନ୍ନାଞ୍ଚଳବାସୀ ଦୂରେଇ ରହିବା ପାଇଁ ପୋଷ୍ଟରରେ କଡ଼ା ଚେତାବନୀ ଦିଆଯାଇଛି । ଏହାକୁ ଅମାନ୍ୟ କଲେ, ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ମାଓବାଦୀମାନେ ପୋଷ୍ଟରରେ ଧମକ ଦେଇଛନ୍ତି । ମାଓବାଦୀଙ୍କ ଧମକପୂର୍ଣ୍ଣ ଚେତବନୀ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି । ଅପରପକ୍ଷେ ପୂର୍ବରୁ ମାଓବାଦୀଙ୍କୁ ସମର୍ଥନ କରିଆସୁଥିବା ବିଚ୍ଛିନ୍ନାଞ୍ଚଳ ଓ ସ୍ୱାଭିମାନ ଅଂଚଳର ଲୋକେ ଏବେ ମାଓଦାବୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି ।
ଏହି ପୋଷ୍ଟର ଲଢେଇରେ ମାଓବାଦୀଙ୍କ ପ୍ରତି ଲୋକଙ୍କ ଆକ୍ରୋଶ ସ୍ପଷ୍ଟ ବାରି ହୋଇପଡୁଛି । ଗତକାଲି ପୋଲିସ ମହାନିର୍ଦେଶକ ଶ୍ରୀ ଅଭୟ ମାଲକାନଗିରି ଗସ୍ତ କରି ମାଓ କାର୍ଯ୍ୟକଳାପ ସଂପର୍କରେ ସମୀକ୍ଷା କରିଥିଲେ । ମାଓବାଦୀଙ୍କ ବିରୋଧରେ ଅଭିଯାନ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ଏହାପୂର୍ବରୁ ଜାନୁଆରୀ ୨୫ ତାରିଖରେ ଚିତ୍ରକୋଣ୍ଡା ବିଛିନ୍ନାଅଞ୍ଚଳରେ ଗ୍ରାମବାସୀ ଓ ନକ୍ସଲଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ନକ୍ସଲର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିଲା । ତେବେ ଲାଲଗଡର ଏହି ଜନ ଆନ୍ଦୋଳନ ବିଛିନ୍ନାଞ୍ଚଳର ବିକାଶରେ ନିଶ୍ଚିତ ସହାୟକ ହେବ ।