ରାୟଗଡା: ଦିର୍ଘ ଦିନ ବ୍ୟବଧାନ ପରେ ପୁଣି ମାତିଲେ ଲାଲବାହୀନି । ରାୟଗଡ଼ା ଜିଲ୍ଲା ଅମ୍ବାଦୋଳା ଥାନା ଅନ୍ତର୍ଗତ ଥୁଆପାଡି ଗ୍ରାମରେ ମାଓବାଦୀଙ୍କ ଲଙ୍କା କାଣ୍ଡ ଦେଖିବାକୁ ମିଳିଛି । ଶରଧାପୁର ଠାରୁ ଥୁଆପାଡ଼ି ଗ୍ରାମ ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମକୁ ବିରୋଧ କରି ଗୋଟିଏ ଜେସିବ, ଗୋଟିଏ ହିଟାଚି ଓ ଗୋଟିଏ ରୋଲରକୁ ଜାଳି ଦେଇଛନ୍ତି ମାଓବାଦୀ । ଗତକାଲି ରାତି ୧୦ ପରେ ବଶଂଧାରା ଘୁମୁସର ନାଗାବଳି ଡିଭିଜନର ଦୁଇ ମହିଳା ମାଓବାଦୀଙ୍କ ସମେତ ପନ୍ଦରରୁ ଅଧିକ ମାଓବାଦୀ ଟିକରପଡ଼ା ଠାରେ ଥିବା ଠିକା କ୍ୟାମ୍ପରେ ପହଁଚି ଲାଙ୍କାକାଣ୍ଡ ଭିଆଇଛନ୍ତି ।
ଏହାସହ କିଛି ହାତ ଲେଖା ପୋଷ୍ଟର ଛାଡ଼ି ଯାଇଛନ୍ତି । ଯେଉଁଥିରେ ଡଙ୍ଗରି ବକସାଇଟ ଖଣିକୁ କମ୍ପାନି ହାତରେ ଟେକି ଦେବା ପାଇଁ ଏହି ରାସ୍ତାର ନିର୍ମାଣ କରାଯାଉଥିବା ଦର୍ଶାଯାଇଛି । ଏଥି ସହିତ ଉକ୍ତ ଅଞ୍ଚଳରେ ଯାତାୟତ ପାଇଁ ଆଠ ଫୁଟ ଓସାରର ରାସ୍ତା ନିର୍ମାଣ କରିବା ପାଇଁ ଦାବି କରିଛି ବଶଂଧାରା ଘୁମୁସର ନାଗାବଳି ଡିଭିଜନ କମିଟି । ଦିର୍ଘଦିନର ବ୍ୟବଧାନ ପରେ ପୁଣି ମାଓବାଦୀଙ୍କ ତାଣ୍ଡବ ଲିଳା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।
ଅର୍ଗସ ବ୍ୟୁରୋ: ଯାଜପୁର ଜିଲ୍ଲା ବିଞ୍ଝାରପୁର ଯଜ୍ଞପଡ଼ିଆରେ ମହେନ୍ଦ୍ର ସିଂ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ୱାରିଅରସ କ୍ରିକେଟ କ୍ଲବ ଚନ୍ଦନପୁର ଓ ବିଂଝାରପୁର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ୱାରିୟର୍ସ କ୍ରିକେଟ କ୍ଲବ ଚନ୍ଦନପୁର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବିଞ୍ଝାରପୁର କ୍ରିକେଟ କ୍ଲବ ନିର୍ଦ୍ଧାରିତ ୨୫ଓଭର ଖେଳି ୬ୱିକେଟ୍ ହରାଇ ୨୨୨ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ୱାରିୟର୍ସ କ୍ରିକେଟ କ୍ଲବ ଚନ୍ଦନପୁର ୧୭ଓଭର ଖେଳି ସମସ୍ତ ୱିକେଟ୍ ହରାଇ ୯୨ରନ୍ ସଂଗ୍ରହ କରି ବିଂଝାରପୁର କ୍ରିକେଟ କ୍ଲବ ଠାରୁ ପରାସ୍ତ ହୋଇଥିଲା।
ଉଦ୍ଯାପନୀ ଫାଇନାଲ୍ ମ୍ୟାଚ୍ର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଫିଲ୍ମର ଅଭିନେତ୍ରୀ ପ୍ରିୟା ଚୌଧୁରୀ ବ୍ଳକ୍ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ,ଜିଲ୍ଲା ପରିଷଦ ସଭ୍ୟ ନନ୍ଦ କିଶୋର ସାମଲ, ଉପାଧ୍ୟକ୍ଷ ସେକ ଇର୍ସାଦ, ମହେନ୍ଦ୍ର ସିଂ ମେମୋରିଆଲ ଟୁର୍ଣ୍ଣାମେଣ୍ଟର ସମ୍ପାଦକ ସୁଖରଞ୍ଜନ ପରିଡା ପ୍ରମୁଖ ଯୋଗ ଦେଇ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ବିଞ୍ଝାରପୁର କ୍ରିକେଟ କ୍ଲବର ସେକ ଆଝାରୁଦ୍ଦିନଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରଯାଇଥିଲା ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଅର୍ଗସ ବ୍ୟୁରୋ: ଅନୈତିକ କାର୍ଯ୍ୟ ପାଇଁ ରାଜି ନହେବାରୁ ଦୁଇ ଯୁବତୀଙ୍କୁ ଗାଡି ମଡାଇ ହତ୍ୟା ଉଦ୍ୟମ । ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା ଅଞ୍ଚଳରେ । ୨ ତାରିଖ ଅପରାହ୍ନରେ ଦୁଇ ଭଉଣୀ ସାଙ୍ଗ ହୋଇ ନିଜ ମାମୁଁ ଘରକୁ ଯିବା ରାସ୍ତାରେ ଘଟିଥିଲା ଘଟଣା । ନରେନ୍ଦ୍ରପୁର ଫାଣ୍ଡି କାକୁଡିଆପଦାଠାରେ ଦୁଇ ଯୁବତୀଙ୍କ ସ୍କୁଟି ସହ ଜାଣିଶୁଣି ନିଜ ବାଇକ୍ ଧକ୍କା କରାଇଥିଲେ ତେଣ୍ଡାକୋଡା ଅଞ୍ଚଳର ଦୁଇ ଜଣ ଯୁବକ ।
କଟକର ଏକ ଘରୋଇ ହସ୍ପିଟାଲରେ ଜୀବନ ମରଣ ସହ ଲଢ଼ୁଛନ୍ତି ପୀଡିତା ଦୁଇ ଭଉଣୀ ଅଫିଫା ତସଲିନ ଓ ନିହା ଫରଦୋଷ । ଏନେଇ ଥାନାରେ ଗତ 5 ତାରିଖରୁ ଅଭିଯୋଗ ସତ୍ତ୍ବେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିବ ପୂର୍ବାଞ୍ଚଳ ପରିଷଦର ୨୬ ତମ ବୈଠକ । ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଆନ୍ତଃରାଜ୍ୟ ପରିଷଦ ସଚିବାଳୟ ଦ୍ୱାରା ଏହି ବୈଠକ ଆୟୋଜିତ ହେଉଛି । ଏହି ବୈଠକରେ ବିଭିନ୍ନ ରାଜ୍ୟର ୨ ଜଣ ବରିଷ୍ଠ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗଦେବେ । ବୈଠକରେ ଯୋଗଦେବା ପାଇଁ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଓ ଝାରଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି ।
ବୈଠକରେ ଯୋଗଦେବା ପାଇଁ ଓଡ଼ିଶାର ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ଓ ପଞ୍ଚାୟୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ ବିହାର ଯାଇଛନ୍ତି । ରାଜ୍ୟଗୁଡିକର ଉତ୍ତମ ବୁଝାମଣା ଓ ସହଯୋଗ ଏହାସହ ପୁର୍ବାଞ୍ଚଳ ରାଜ୍ୟଗୁଡ଼ିକର ଭିତିଭୁମି ତଥା ସାମଗ୍ରିକ ବିକାଶ ପାଇଁ ହେବ ଆଲୋଚନା ।
ଅଧିକ ପଢ଼ନ୍ତୁ ଦେଶ ଖବର: