ନଡ଼ିଆ ଫଟାଇ ଫିତା କାଟି ଥିଲେ ମନମୋହନ ସାମଲ। ପରେ ଏହି ଗଣଦୌଡ଼ରେ ହଜାର ହଜାର ଲୋକମାନେ ଦୌଡ଼ି ଥିଲେ। ଏହି ଗଣ ଦୌଡ଼ ରେ ପିଲା, ଛାତ୍ର, ଛାତ୍ରୀ, ଯୁବ ପୀଢ଼ି ଓ ବୟସ୍କ ଲୋକମାନେ ସାମିଲ ହୋଇଥିଲେ. ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଥିଲା ଭଦ୍ରକ ସହର। ପ୍ରଥମ ଥର ପାଇଁ ଅଭିନେତା ତଥା ବିଜେପି ନେତା ଅରିନ୍ଦମ ରାୟ ସାମିଲ ହୋଇଥିଲେ ଏହି ଗଣ ଦୌଡରେ ।
ଏହା ପରେ ରାଷ୍ଟୀୟ ନବବର୍ଷ ପାଳନ, ଗୋ-ପୂଜନ ଓ ସାଧୁ ସନ୍ଥ ପୂଜନ ଏପ୍ରିଲ 9 ତାରିଖ ରେ ଅନୁଷ୍ଠିତ ହେବ। ଐତିହାସିକ ଗାନ୍ଧୀପଡିଆ ଠାରେ 11 ରୁ 13 ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। 14 ତାରିଖରେ ବାଲବଜରଙ୍ଗୀ ସାଇକେଲ ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି 15 ତାରିଖରେ ମାତୃଶକ୍ତି ମହିଳା ମାନଙ୍କ ଦ୍ୱାରା ବିଶାଳ କଳସ ଶୋଭାଯାତ୍ରା ଆୟୋଜନ ହେବ। ୧୭ରେ ଯଂଜ୍ଞ ର ପୂର୍ଣ୍ଣାହୁତି, ନଦିଆ କୀର୍ତନ ସହ ସହରରେ ବିଶାଳ ମେଢ଼ ଦ୍ୱାରା ବିଶାଳ ନଗର ସଂକ୍ରିତନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏଥିରେ ରାଜ୍ୟରୁ କୌଣ, ଅନୁକୋଣରୁ ଲକ୍ଷ୍ୟଧିକ ଭକ୍ତ ଙ୍କ ସମାଗମ ହେବ। ସେଥିପାଇଁ ରାଜ୍ୟ ବାସୀଙ୍କୁ ଏହି ପବିତ୍ର ଶ୍ରୀରାମ ନବମୀ ରେ ସାମିଲ ହେବା ପାଇଁ କହିଛନ୍ତି ମନମୋହନ ସାମଲ।
ଅଧିକ ପଢନ୍ତୁ ଓଡ଼ିଶା ଖବର