ଅର୍ଗସ ବ୍ୟୁରୋ:ଆଜି ବି ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ କାଳବୈଶାଖି ସମ୍ଭାବନା। ପଶ୍ଚିମ ଓଡିଶାରେ ଦେଖିବାକୁ ମିଳିବ ତାତିର ପ୍ରଭାବ। ପଶ୍ଚିମବଙ୍ଗ-ସିକିମ ହୋଇ ଏକ ଟ୍ରଫଲାଇନ ଆଭ୍ୟନ୍ତରୀଣ ଓଡିଶା ଉପରେ ଗତି କରୁଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରେ ବିଜୁଳି, ଘଡଘଡି ଓ ବର୍ଷା ଜାରି ରହିଛି। ଏହି କ୍ରମରେ ଆଜି ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ 40ରୁ 50କିମି ବେଗରେ ପବନ ବହିବା ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣି
ପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର 14ଟି ଜିଲ୍ଲାକୁ ଆର୍ଲଟ ଜାରି କରାଯାଇଛି।
ଏହି ସମସ୍ତ ଜିଲ୍ଲା ଗୁଡିକ ହେଉଛି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ମୟୁରଭଞ୍ଜ, କନ୍ଧମାଳ ଓ ଢେଙ୍କାନାଳ। ସେପଟେ ଆହୁରି 5ଦିନ ଯାଏ ତାତିରେ ହନ୍ତସନ୍ତ ହେବ ପଶ୍ଚିମ ଓଡ଼ିଶା ବାସୀ। ଏଠାରେ ଦିନର ତାପମାତ୍ରା 42ଡିଗ୍ରୀ ଯାଏ ବୃଦ୍ଧି ପାଇବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଅଧିକ ପଢନ୍ତୁ ଓଡିଶା ଖବର