
ଭଦ୍ରକ: ଭଦ୍ରକରେ ପୁଣି ଲଜ୍ଜା । ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗ୍ରାମାଂଚଳ ଥାନା ଅଧିନସ୍ଥ ରମ୍ଭିଳା ପଂଚାୟତ କେଶପୁର ଗାଁରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ଧଉଳି ଗାଁର ଜଣେ ଯୁବକ ଘରେ କେହି ନଥିବା ସୁଯୋଗରେ କେଶପୁର ଗାଁର ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା । ଏହାପରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଏନେଇ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।
ଗତକାଲି ଜଣେ ଆଉ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥିଲା । 24 ଘଣ୍ଟା ନପୁରୁଣୁ ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଛି । ବାରମ୍ବାର ଏଭଳି ଘଟଣା ଘଟୁଥିବାବେଳେ କାହିଁକି ସଜାଗ ହେଉନାହାଁନ୍ତି ରାଜ୍ୟ ସରକାର । ତେବେ ମହିଳାଙ୍କୁ ସମ୍ମାନ ଓ ସୁରକ୍ଷା ଦେବା କଥା କହୁଥିବା ନବୀନ ସରକାରଙ୍କ ଶାସନ କାଳରେ ରାଜ୍ୟରେ କେତେ ସୁରକ୍ଷିତ ମହିଳା ତାହା ସ୍ପଷ୍ଟ ବାରି ହୋଇପଡୁଛି ।
