କଥା ଦେଇଥିଲୁ ଡବଲ ଇଞ୍ଜିନ ସରକାର ହେଲେ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବୁ ବୋଲି । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲାଯାଇଛି । ଖାଲି ସେତିକି ନୁହେଁ , ରତ୍ନ ଭଣ୍ଡାର ଖୋଲିବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ତାହା ମଧ୍ୟ ପାଳନ କରାଯାଇଛି । ରାଜ୍ୟରେ ବିଜେପି ସରକାର ଗଢିଲେ ମହିଳାଙ୍କ ଆକାଉଣ୍ଟକୁ 50 ହଜାର ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା । ଆଜି ତାକୁ ମଧ୍ୟ ପାଳନ କରାଯାଇଛି । ସୁଭଦ୍ରାର ପ୍ରଥମ କିସ୍ତି 5ହଜାର ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ଯାଇଛି।
ଯାହା କଥା ଦେଇଥିଲୁ ତାହା ପୁରଣ କରୁଛୁ ବୋଲି ମୋଦି କହିଛନ୍ତି। ଯେଉଁ ସ୍ବପ୍ନ ମା ଓ ଭଉଣୀମାନେ ଦେଖିଥିଲେ ସବୁ ସ୍ବପ୍ନ ପୁରଣ ହେବ ବୋଲି ବିଶ୍ବାସ ଥିବା ସେ କହିଛନ୍ତି। ମୋଦି କହିଛନ୍ତି, ଆମେ ସବୁବେଳେ ଲୋକଙ୍କ ସେବାକୁ ଅଗ୍ରାଧିକାର ଦେଉଛୁ। ଲୋକଙ୍କ ପାଖକୁ ସରକାର ଯାଉଛି, ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା କରାଯାଉଛି।
2024 ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ଥିଲା ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା ଏବଂ ରତ୍ନ ବଣ୍ଡାର ଖୋଲିବା । ଯାହାକି ବିଜେପି ସରକାରକୁ ଆସିଲେ ତୁରନ୍ତ ପୁରଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୋଦି । ମହିଳାଙ୍କ ବିକାଶକୁ ଦୃଷ୍ଟିରେ ରଖି ସୁଭଦ୍ରା ଯୋଜନା ଘୋଷଣା କରିଥିଲେ । ଏବେ କ୍ଷମତାକୁ ଆସିବା ପରେ ମୋଦି ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର