ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ପ୍ରକାଶ ପାଇଲା ଵିଜେପିର ସଂକଳ୍ପ ପତ୍ର ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ମୋଦୀଙ୍କ ଗ୍ୟାରେଣ୍ଟି-୨୦୨୪ ସଂକଳ୍ପ ପତ୍ରର ଓଡିଶା ସଂସ୍କରଣ ହେଲା ଲୋକାର୍ପିତ । କେନ୍ଦ୍ର ବିଜେପି ପକ୍ଷରୁ ଜାରି କରାଯାଇଥିବା ଏହି ସଂକଳ୍ପ ପତ୍ର ବା ମୋଦି ଗ୍ୟାରେଣ୍ଟି । ତେଵେ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଉନ୍ମୋଚନ କରିଛନ୍ତି । ଏହି ସଂକଳ୍ପ ପତ୍ରକୁ ଘରେ ଘରେ ପହଞ୍ଚାଇବାକୁ ଯୋଜନା କରିଛି ରାଜ୍ୟ ବିଜେପି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ପୋଲିସ ଅଧିକାରୀଙ୍କୁ ବିଜେଡ଼ି ମଞ୍ଚରେ ଭାଷଣ ଦେବା ପଡ଼ିଲା ମହଙ୍ଗା । ବିଜେପିର ଅଭିଯୋଗ ପରେ ଦୁଇ ପୋଲିସ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ । କଟକ - ଭୁବନେଶ୍ଵର ପୋଲିସ କମିଶନର, ପୋଲିସ ଡିଆଜିଙ୍କୁ ନିର୍ଦ୍ଦେଶ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ହୋଇଥିବା ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି କ୍ଷୋଭ ପ୍ରକାଶ କଲେ ନିର୍ବାଚନ କମିଶନ । ଇଦୁଲ ଫିତର ନାଁରେ ଚୌଦ୍ଵାର ଥାନା ଆଇଆଇସି ବିଶ୍ଵ ରଞ୍ଜନ ସାହୁ ଏବଂ ଏସଆଇ ସରସ୍ଵତୀ ସାହୁ ଗୋଟିଏ ମଞ୍ଚରେ ବିଜେଡ଼ି ନେତାଙ୍କ ସହ ବସି ଭାଷଣ ଦେଉଥିଲେ । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି ।