ମୌସୁମୀ ପ୍ରଭାବରେ ଦେଶର କିଛି ସ୍ଥାନରେ ବର୍ଷା ହୋଇପାରେ । ବିଶେଷକରି ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଇଏମଡି । ତେବେ ଆଗାମୀ ଜୁନ ପ୍ରଥମ ସପ୍ତାହରେ ମୌସୁମୀ କେରଳ ଛୁଇଁବ ବୋଲି ଆଇଏମଡି ପକ୍ଷରୁ ଆକଳନ ହୋଇଥିଲା । ଏମିତି ହେଲେ ଜୁନ ଦ୍ୱିତୀୟ ସପ୍ତାହ ଅର୍ଥାତ ରଜ ସମୟରେ ମୌସୁମୀ ଓଡିଶା ସ୍ପର୍ଶ କରିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଥିଲେ ।
ଅନ୍ୟପଟେ ରାଜ୍ୟରେ ପୁଣିଥରେ ପାରଦ ଉପରମୁହାଁ ହୋଇଛି । ଦିନ ବେଳା କେତେକ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ପାର କରୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଆଗାମୀ ୪ ରୁ ୫ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । କେତେକ ସ୍ଥାନରେ କାଳବୈଶାଖି ହେବାର ସମ୍ଭାବନା ରହିଛି । 8 ଜିଲ୍ଲାକୁ କାଳବୈଶାଖି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ନିର୍ଦ୍ଧାରିତ ତାରିଖ ୧ ଜୁନ, ଠାରୁ ୩ ଦିନ ଆଗରୁ (ଆଜି, ୨୯ ମଇ ୨୦୨୨) କେରଳ ପହଞ୍ଚିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ pic.twitter.com/FFWXt276IJ — Meteorological Centre, Bhubaneswar (@mcbbsr) May 29, 2022