ତେବେ ମୃତକ ହେଉଛନ୍ତି। କେନ୍ଦ୍ରାପଡା ଡେରାବିଶ୍ ଥାନା ଅନ୍ତର୍ଗତ ଖମୋଳ ପଞ୍ଚାୟତ ଜହ୍ନିମୂଳ ଗାଁର ୱାର୍ଡ ସଭ୍ୟ ୨୬ ବର୍ଷୀୟ ରବୀନ୍ଦ୍ର ବାରିକ ଓରଫ କାଳିଆ ଓ ତାଙ୍କ ୫୦ ବର୍ଷୀୟା ମା ଶଶୀରେଖା ବାରିକ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କେନ୍ଦ୍ରାପଡା: ବଜ୍ରପାତରେ ମା ପୁଅ ମୃତ। ସୂଚନାନୁଯାୟୀ, କାଳବୈଶାଖୀ ଯୋଗୁ ଆଜି ସନ୍ଧ୍ୟାରେ କେନ୍ଦ୍ରାପଡା ଜିଲ୍ଲାରେ ସାମାନ୍ୟ ଝଡବର୍ଷା ହୋଇଥିବା ବେଳେ ବିଲରେ ମୁଗ ଉପାଡୁଥିଲେ ମା ଓ ପୁଅ। ସେହିସମୟରେ ବଜ୍ରପାତରେ ଘଟି ଚାଲି ଯାଇଛି ଉଭୟଙ୍କ ଜୀବନ।
ତେବେ ମୃତକ ହେଉଛନ୍ତି। କେନ୍ଦ୍ରାପଡା ଡେରାବିଶ୍ ଥାନା ଅନ୍ତର୍ଗତ ଖମୋଳ ପଞ୍ଚାୟତ ଜହ୍ନିମୂଳ ଗାଁର ୱାର୍ଡ ସଭ୍ୟ ୨୬ ବର୍ଷୀୟ ରବୀନ୍ଦ୍ର ବାରିକ ଓରଫ କାଳିଆ ଓ ତାଙ୍କ ୫୦ ବର୍ଷୀୟା ମା ଶଶୀରେଖା ବାରିକ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ଚ୍ୟାଲେଞ୍ଜକୁ ନେଇ ଧର୍ମେନ୍ଦ୍ରଙ୍କ କଡ଼ା ଜବାବ । ଓଡ଼ିଶାରେ ବିଜେପି ସରକାର ନ ହେଲେ ରାଜନୀତି ଛାଡ଼ିବେ କି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ନିର୍ବାଚନୀ ସଭାରେ ଚ୍ୟାଲେଞ୍ଜ ଦେଇଥିଲେ ଭୈରବ କେ ପାଣ୍ଡିଆନ । ଏ ନେଇ ପାଣ୍ଡିଆନଙ୍କୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। କହିଛନ୍ତି ଯେଉଁମାନଙ୍କର ଓଡିଶାର ଇତିହାସ ସମ୍ପର୍କରେ ସର୍ବ ନିମ୍ନଜ୍ଞାନ ନାହିଁ ଯେଉଁମାନେ ଅଗଣତାନ୍ତ୍ରିକ, ସେମାନେ ଏମିତି କଥା କୁହନ୍ତି । ଯେଉଁ ଦଳ ନାଁରେ ଏମାନେ ରାଜନୀତି କରୁଛନ୍ତି ଦଳର ନେତା ଓଡ଼ିଶା ଇତିହାସ ସମ୍ପର୍କରେ ଜାଣିନାହାନ୍ତି, ନହେଲେ ଇତିହାସ ଜାଣିବା ପାଇଁ ଚାହୁଁନାହାନ୍ତି ।
ବିଜୁ ପଟ୍ଟନାୟକ ୫ଟି ଜାଗାରେ ନିର୍ବାଚନ ହାରିଥିଲେ, କିନ୍ତୁ ବିଜୁବାବୁ ରାଜନୀତି ଛାଡିନଥିଲେ । ମୁଁ କେବେ ରାଜନୀତି ଛାଡିବାର ପ୍ରଶ୍ନ ହିଁ ଉଠୁ ନାହିଁ। ହାରିବା ପାଇଁ ରାଜନୀତି ଛଡ଼ା ଯାଏ ନାହିଁ । ଆମେ ଗୋଟିଏ ସମୟରେ ଅମାନତ ହରାଉଥିଲୁ, ସେବେ ବି ନିର୍ବାଚନ ଲଢ଼ୁଥିଲୁ, ଦମ୍ଭରେ ଲଢୁଥିଲୁ । ଆଜି ତ ଭରତବର୍ଷରେ ଏବଂ ସାରା ପୃଥିବୀରେ ବିଜେପି ବଡ଼ ରାଜନୈତିକ ଦଳ । ଦେଶରେ ସରକାର କରିଛୁ ରାଜ୍ୟରେ ବି କରିବୁ ଏକଥା ଆମ କ୍ୟାପଟେନ କହି ଯାଇଛନ୍ତି ।
ଆହୁରି ପଢନ୍ତୁ ରାଜନୀତି ଖବର...
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି। ବିମାନବନ୍ଦରରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ମୋଦିଙ୍କୁ ଦେଖିବାକୁ ଲୋକଙ୍କ ପ୍ରବଳ ଉତ୍ସାହ। ଲୋକାରଣ୍ୟ ପାଲଟିଛି ଜନପଥ। ପିଏମଙ୍କ ରୋଡ ସୋ ଦେଖିବାକୁ ଓଡ଼ିଶାବାସୀଙ୍କ ପ୍ରବଳ ଉତ୍କଣ୍ଠା। ରାଜଧାନୀରେ ପ୍ରଧାନମନ୍ତ୍ରୀ କରିବେ ସୁପର ସୋ। ଗେରୁଆମୟ ଭୁବନେଶ୍ବର। ଜନପଥ ହୋଇଛି ଲୋକାରଣ୍ୟ। ରାମମନ୍ଦିରରୁ ବାଣିବିହାର ଯାଏ ପିଏମଙ୍କ ରୋଡ ଶୋ ଦେଖିବାକୁ ରାଜଧାନୀବାସୀଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ।
ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି। ଉତ୍ସାହିତ ଗେରୁଆ ଶିବିର। ଭୁବନେଶ୍ବରବାସୀଙ୍କ ମଧ୍ୟରେ ପିଏମଙ୍କ ରୋଡ୍ ଶୋକୁ ନେଇ ପ୍ରବଳ ଉତ୍କଣ୍ଠା। ଆଜି ରାତି 8 ଟା ଭୁବନେଶ୍ବରର ରାମମନ୍ଦିର ଛକରୁ ବାଣିବାହର ଛକ ଯାଏ ପିଏମ କରିବେ ରୋଡ୍ ଶୋ। ନିଜ ପ୍ରିୟ ନେତାଙ୍କର ଟିକିଏ ଝଲକ ପାଇବା ଲାଗି ଏବେଠାରୁ ଜନପଥର ଉଭୟ ପାର୍ଶ୍ବରେ ଲାଗିଲାଣି ଜନଗହଳି।
ଅଧିକ ପଢନ୍ତୁ ଓଡ଼ିଶା ଖବର