ପଦମପୁର ଉପନିର୍ବାଚନ ପାଇଁ ବିଜେଡି ମିଛ କହୁଛି । ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କୁ ମଧ୍ୟ ସେ ଟାର୍ଗେଟ କରିଛନ୍ତି । `ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଦେବା ବୋଧେ ମନ୍ତ୍ରୀଙ୍କ ଅଭ୍ୟାସ' । `ଏବେ ପୁଣି ରେଳ ଲାଇନ ବାବଦରେ ମନ୍ତ୍ରୀ ବିବାଦୀୟ କଥା କହିଛନ୍ତି' ବୋଲି ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି ।
`ପଦମପୁରବାସୀ ବର୍ଷେ ତଳେ ଜାଣିଥିବା କଥା ମନ୍ତ୍ରୀ ଏଯାଏଁ ଜାଣିନାହାନ୍ତି' । `ମନ୍ତ୍ରୀ, ସାଂସଦ ଯୋଜନା ବାବଦରେ ନ ଜାଣିବା ଓଡିଶା ପାଇଁ ଲଜ୍ଜାର କଥା ବୋଲି ସେ କହିଛନ୍ତି । `କେନ୍ଦ୍ର ସରକାର ରେଳପଥକୁ 11 ମାସ ତଳେ ସ୍ବୀକୃତି ଦେଇସାରିଛନ୍ତି । `ରାଜ୍ୟ ସରକାର ଏଯାଏଁ ଜମି ଅଧିଗ୍ରହଣ କରିନାହାନ୍ତି, ବୋଲି ସେ ଅଭିଯୋଗ କରିଛନ୍ତି ।
ରାଜନୀତି ଖବର ଆହୁରି ପଢନ୍ତୁ ।