କେବଳ ରାଜଧାନୀର 46 ନମ୍ବର ଓ୍ବାର୍ଡ ନୁହେଁ ବାୟାବାବା ବସ୍ତିରୁ ବି ଆସିଛି ସମାନ ଏକ ଭିଡିଓ । ବିଜେଡିର ଜଣେ କର୍ମୀ ଟଙ୍କା ବାଣ୍ଟିବାକୁ ଯାଉଥିବା ବେଳେ ଲୋକେ ଘେରିଛନ୍ତି ।
ସୋସିଆଲ ମିଡିଆରେ ଏପରି ଭିଡିଓ ଏବଂ ଅଡିଓ କ୍ଲିପ ଆମ ପାଖରେ ପହଞ୍ଚିବା ପରେ ଅର୍ଗସ ଟିମ୍ ପହଞ୍ଚିଥିଲା ବିଜେଡିର ଯୁବ କାର୍ଯ୍ୟାଳୟ ନିକଟରେ । ମାତ୍ର ଆମକୁ ଦେଖି ବିଜେଡିର ଜଣେ ନେତ୍ରୀ ଗେଟରେ ତାଲା ପକାଇବା ସହ ବାହାରେ ରହି ଯାଇଥିବା ଲୋକଙ୍କୁ 4 ଟା ବେଳେ ଆସିବାକୁ କହିଥିଲେ ।
ଏହା ପରେ ବାହାରେ ରହିଯାଇଥିବା ଲୋକମାନେ ବିରକ୍ତ ହେବା ସହ ପାଟିତୁଣ୍ଡ କରିବାରୁ ତତ୍ କ୍ଷଣାତ ପୋଲିସ ଆସି ସେମାନଙ୍କୁ ଘଉଡାଇ ଦେଇଥିଲା । ଆଉ ଏହାର କିଛି ସମୟ ପରେ ସେଠାରେ ଆସି ପହଞ୍ଚିଥିଲେ ବିଏମସି ପକ୍ଷରୁ ନିର୍ବାଚନ ପାଇଁ ଗଠନ ହୋଇଥିବା ଏନଫୋର୍ସମେଣ୍ଟ ଟିମ । ଟିମ ପହଞ୍ଚିବା ପରେ ଗେଟ ତ ଖୋଲିଥିଲା ମାତ୍ର ଯେଉଁ ଘରେ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ଆସିଥିଲା ସେଠାକୁ ଅଧିକାରୀଙ୍କୁ ଛାଡି ନଥିଲେ କର୍ମୀ । 15 ମିନଟ ଛିଡା ହେବା ପରେ ଘର ଭିତରକୁ ଯାଇଥିଲେ ଅଧିକାରୀ ଜଣକ ।
ସେପଟେ ପୌର ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରଚାର। ଶେଷ ଦିନରେ ହେଭିୱଟ ପ୍ରଚାର କୁ ଜୋରଦାର କରିଛନ୍ତି ।୨୪ ତାରିଖରେ ଭୋଟ ।
ରାଜ୍ୟର ମ୍ୟୁନିସିପାଲଟି ଓ ଏନଏସିର ୨,୯୮୯ ବୁଥ୍ ଓ ୩ଟି କର୍ପୋରେସନର ୧୩୮୪ ବୁଥ୍ରେ ୪୦ ଲକ୍ଷ ୫୫ ହଜାର ଭୋଟର ମତ ସାବ୍ୟସ୍ତ କରିବେ ।